Posted inଖେଳ

ଟି -୨୦ ବିଶ୍ୱକପ୍‌ କିଏ ଜିତିବ? ପାକିସ୍ତାନ କଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୯।୬: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ବିଶ୍ୱକପ୍‌ ଫାଇନାଲ ଖେଳାଯିବ। ଟି -୨୦ ବିଶ୍ୱକପ୍‌ କିଏ ଜିତିବ ତାହା ଦେଖିବା ପାଇଁ ସାରା ବିଶ୍ୱରେ କ୍ରିକେଟ ପ୍ରେମୀଙ୍କ ନଜର ଏହି ମ୍ୟାଚ ଉପରେ ରହିଛି। ଏହି ମ୍ୟାଚ କିଏ ଜିତିବ ବୋଲି ପାକିସ୍ତାନର ଯୁବକମାନେ ମଧ୍ୟ ପୂର୍ବାନୁମାନ କରିଛନ୍ତି। ପାକିସ୍ତାନର ଯୁବକମାନେ କହିଛନ୍ତି ଯେ ଭାରତୀୟ ଦଳ ଆଜି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦଳ।

ବାସ୍ତବରେ, ପାକିସ୍ତାନର ପ୍ରସିଦ୍ଧ ୟୁଟ୍ୟୁବର୍‌ ସୋହେବ ଚୌଧରୀ ଟି -୨୦ ବିଶ୍ୱକପ୍‌ ଫାଇନାଲ ବିଷୟରେ ପାକିସ୍ତାନର ଯୁବକମାନଙ୍କ ସହ କଥା ହୋଇଛନ୍ତି। ସୋହେବ ଚୌଧୁରୀ କହିଛନ୍ତି ଯେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଭାରତୀୟ ଦଳ ପୁଣି ଥରେ ଫାଇନାଲରେ ପ୍ରବେଶ କରିଛି। ଏହା ସହ ଭାରତ ୨୦୨୨ ମ୍ୟାଚ ପାଇଁ ଇଂଲଣ୍ଡରୁ ପ୍ରତିଶୋଧ ନେଇଛି। ଏବେ ଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି, ଏଥିରେ ଆପଣ କାହାକୁ ଜିତିବାକୁ କିଏ ଚାହୁଁଛ ବୋଲଇ ପ୍ରଶ୍ନ କରିଛନ୍ତି।

ପାକିସ୍ତାନର ଜଣେ ଯୁବକ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଏପରି ପରିସ୍ଥିତିରେ ସେ ନିଜର ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିବ। ଏହା ବ୍ୟତୀତ ଏଥର ଉଭୟ ଦଳ ସମସ୍ତଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ନିଜକୁ ଅପରାଜିତ ବୋଲି ପ୍ରମାଣ କରିଛନ୍ତି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ ବହୁତ ଆକର୍ଷଣୀୟ ହେବାକୁ ଯାଉଛି । ପାକିସ୍ତାନୀ ଯୁବକ କହିଛନ୍ତି ଯେ ଭାରତୀୟ ଦଳ ମଧ୍ୟ ବହୁତ ଶକ୍ତିଶାଳୀ, ତେଣୁ ସେ ଅନୁଭବ କରୁଛନ୍ତି ଯେ ଏଥର ଟିମ ଇଣ୍ଡିଆ ଫାଇନାଲରେ ଜିତିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ପରେ କିଏ କରିବେ ଓପନିଙ୍ଗ୍‌, ଲିଷ୍ଟରେ ଅଛି ଏହି ୫ ନାଁ…

ନୂଆଦିଲ୍ଲୀ,୧।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ୍‌ 2024 ଟାଇଟଲ ଜିତିଛି। ଗୋଟିଏ ପଟେ ଟିମ ଇଣ୍ଡିଆ ବିଶ୍ୱ ଚାମ୍ପିୟନହୋଇଥିବା ଅନ୍ୟପଟେ...

ଦକ୍ଷିଣ ଆଫ୍ରିକାକୁ ୧୦ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଟିମ

ମୁମ୍ବାଇ,୧।୭: ଏକମାତ୍ର ମହିଳା ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌କୁ ୧୦ ୱିକେଟରେ ହରାଇଛି। ଚେନ୍ନାଇର ଏମଏ...

ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର, ବିଶ୍ୱକପରେ ଦେଇଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୧।୭: ଟି -୨୦ ବିଶ୍ୱକପ ୨୦୨୪ରେ, ଟିମ ଇଣ୍ଡିଆ ଆଇସିସି ଟ୍ରଫିର ଅନ୍ତ ଘଟାଇ ଟାଇଟଲ ଜିତିଛି। ଭାରତର ଏହି ବିଜୟ ପରେ ବିରାଟ କୋହଲି...

ଆଇସିସି ଶ୍ରେଷ୍ଠ ଏକାଦଶରେ ଭାରତୀୟ ଖେଳାଳିଙ୍କ ଜଲଓ୍ବା: ୬ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧।୭: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି-୨୦ ବିଶ୍ୱକପ ଭାରତ ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ...

ବିଶ୍ୱଚାମ୍ପିୟନ୍‌ ହେବାପରେ ବି ଖୁସିନାହାନ୍ତି ରାହୁଲ ଦ୍ରାବିଡ: ଟିମ୍‌ ଛାଡିବା ପୂର୍ବରୁ କୋହଲିଙ୍କୁ କଲେ ଖାସ୍‌ ଅପିଲ୍‌

ନୂଆଦିଲ୍ଲୀ,୧।୭: ଟିମ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ ଚାମ୍ପିୟନ୍‌ ହୋଇଛି। ଏହା ଭାରତ ପାଇଁ ଦ୍ୱିତୀୟ ଟି-୨୦ ବିଶ୍ୱକପ ଟାଇଟଲ ଥିଲା। ଏହାପୂର୍ବରୁ ଭାରତୀୟ ଦଳ...

ଚିନ୍ତାରେ ଟିମ ଇଣ୍ଡିଆର ପ୍ରଶଂସକ, ହୋଟେଲରେ ଫସି ରହିଛନ୍ତି ଖେଳାଳି, ଫଟୋ ଶେୟାର କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧।୭: ଆଇସିସି ଟି -୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଘରକୁ ଫେରିବାରେ ବିଳମ୍ବ ହେଉଛି। ବାରବାଡୋସରେ ଖରାପ ପାଗ ଯୋଗୁଁ ସମସ୍ତ...

କୋହଲି-ରୋହିତଙ୍କ ପାଇଁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୧।୭: ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ୍‌ ମ୍ୟାଚ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଭାରତ ଫାଇନାଲ ମ୍ୟାଚକୁ...

ହୋଟେଲରେ ଲାଇନ ଲଗେଇ ପେପର ପ୍ଲେଟରେ ଖାଇବାକୁ ବାଧ୍ୟ ହେଲେ ଭାରତୀୟ ଖେଳାଳି!

ନୂଆଦିଲ୍ଲୀ,୧।୭: ଭାରତୀୟ କ୍ରିକେଟ ଦଳ ଆଇସିସି ଟି -୨୦ ବିଶ୍ୱକପ ଟାଇଟଲ ଜିତି ନିଜର ୧୧ ବର୍ଷର ଅପେକ୍ଷାକୁ ଶେଷ କରିଛି। ରୋହିତ ଶର୍ମାଙ୍କ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri