Categories: ଫୁରସତ

ଭଲ ପୋଷାକ ନୁହେଁ, କେବଳ ଧାରେ ହସକୁ ନେଇ ଲୋକଙ୍କୁ କିମିଆଁ କରୁଛନ୍ତି ପାକିସ୍ତାନର ଏହି ଯୁବତୀ; ଆପଣ ଦେଖିଲେ…

ଇନ୍‌ଷ୍ଟ୍ରାଗ୍ରାମରେ ଲୋକପ୍ରିୟତାକୁ ନେଇ ଚର୍ଚ୍ଚାରେ ପାକିସ୍ତାନର ଜଣେ ଯୁବତୀ। ସେ ହେଲେ ଆମ୍‌ନା ରିଆଜ। ସାଧାସିଧା ପୋଷାକରେ ସୁନ୍ଦରତା ସହ ତାଙ୍କ ହସ ପ୍ରଶଂସକଙ୍କ ହୃଦୟ ଜିତୁଛି। ଆମ୍‌ନା ଗୋଟିଏ ଭିଡିଓ ଶେୟାର କରିବା ମାତ୍ରେ ତାହା ଲକ୍ଷ ଲକ୍ଷ ଲୋକଙ୍କୁ ଆକୃଷ୍ଟ କରୁଛି।

କୌଣସି ଖରାପ ବିଷୟବସ୍ତୁ ନୁହେଁ ବରଂ କେବଳ ଖାଇବା ରାନ୍ଧିବା ସମୟରେ ଭିଡିଓ ପୋଷ୍ଟ କରିଥାନ୍ତି ସେ। ଏହି ସମୟରେ ତାଙ୍କ ହସ ସହ ରୋଷେଇ କରିବାର ଶୈଳୀ ମନ କିଣିଥାଏ। ଏବେ ଯାଏ ଇନ୍‌ଷ୍ଟାଗ୍ରାମରେ ମୋଟ ୧୧ ଭିଡିଓ ଶେୟାର କରିଛନ୍ତି ଆମ୍‌ନା। ଏହାକୁ ୪ କୋଟିରୁ ଅଧିକ ଲୋକ ଦେଖିଛନ୍ତି। ଭଲ ଫଟୋଟିଏ ପାଇଁ ଭଲ ପୋଷାକ ନୁହେଁ ବରଂ ଭଗବାନ ଦେଇଥିବା ହସ ଧାରେ ଲୋଡ଼ା ବୋଲି ଆମନା କ୍ୟାପ୍‌ଶନରେ ଲେଖିଛନ୍ତି। କହିବାକୁ ଗଲେ କେବଳ ଯେ ପାକିସ୍ତାନ ତାହା ନୁହେଁ ସାରା ବିଶ୍ୱର ଭଲପାଇବା ଏବେ ଆମ୍‌ନାଙ୍କୁ ମିଳୁଛି। ସମସ୍ତେ ତାଙ୍କୁ ପସନ୍ଦ କରୁଛନ୍ତି।

୧୯୮୦ ଅଗଷ୍ଟ ୧୭ରେ ଲାହୋରରେ ଜନ୍ମଗ୍ରହଣ କରିଥିଲେ ଆମ୍‌ନା। ଖାଇବା ପ୍ରତି ତାଙ୍କର ପିଲାଟିବେଳୁ ଆଦର ରହିଥିଲା। ବଡ଼ ହେବା ପରେ ସେ ‘କିଚନ୍‌ ଉଇଥ୍‌ ଆମ୍‌ନା’ର ଶୁଭାରମ୍ଭ କରିଥିଲେ। ଏହା ଧିରେ ଧିରେ ଲୋକପ୍ରିୟତା ହାସଲ କରିଥିଲା।

Share