Categories: ଫୁରସତ

ଭାରତ ବୁଲିବାକୁ ଆସିଥିଲେ ପାକିସ୍ତାନ ୟୁଟ୍ୟୁବର, ରାସ୍ତାରେ ସରିଗଲା ତେଲ, ଆଉ ତା’ ପରେ…

ପାକିସ୍ତାନ ୟୁଟ୍ୟୁବର୍‌ ତଥା ମୋଟରସାଇକେଲ ଚାଳକ ଅବରାର ହାସନ ଏକ ମାସ ଧରି ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମୁମ୍ବାଇ, କେରଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ପ୍ରାୟ ୮୦୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଏହି ସମୟରେ ସେ ଅନେକ ଅନୁଭୂତି ସାଉଁଟିଥିଲେ। ସେ ଏହି ଅନୁଭୂତିଗୁଡ଼ିକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଶେୟାର କରିଛନ୍ତି। ସେ ତାଙ୍କର ବିଶେଷ ଅନୁଭୂତିରେ ଆଗ୍ରାରୁ ଦିଲ୍ଲୀ ରାଜପଥ ବିଷୟରେ କହିଛନ୍ତି।

ସେ କହିଛନ୍ତି, ଆଗ୍ରାଠାରୁ ଦିଲ୍ଲୀ ଆସିବାବେଳେ ତାଙ୍କ ବାଇକ୍‌ରୁ ଏକ ନିଛାଟିଆ ସ୍ଥାନରେ ପେଟ୍ରୋଲ ସରିଯାଇଥିଲା। ସେ ରାସ୍ତାରେ ସାହାଯ୍ୟକୁ ଅପେକ୍ଷା କରିଥିଲେ। ତା’ପରେ ଜଣେ ବୃଦ୍ଧ କହିଥିଲେ, ରାଜପଥଠାରୁ ଅଳ୍ପ ଦୂରରେ ଏକ ପେଟ୍ରୋଲ ପମ୍ପ ଅଛି। ଏଭଳି ପରିସ୍ଥିତିରେ ବିନୟ ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ରେ ବସି ପେଟ୍ରୋଲ ପମ୍ପକୁ ନେଇଥିଲେ। ଯେଉଁଠାରେ ସେ ଏକ ବୋତଲରେ ପେଟ୍ରୋଲ ନେଇ ତା’ପରେ ନିଜ ବାଇକ୍‌ରେ ଭରିଥିଲେ।

ଅବରାର କହିଛନ୍ତି, ପେଟ୍ରୋଲ ପମ୍ପକୁ ଯିବା ପାଇଁ ଏକ ଗାଡ଼ଇ ପାଇବା ସମ୍ଭବ ନୁହେଁ। ସେତେବେଳେ ବିନୟ ଭାଇଙ୍କୁ ଭେଟିଥିଲେ। ଯିଏ କି ନିଜ ପୁଅକୁ ଛାଡ଼ିବା ପାଇଁ ଆସିଥିଲେ। ସେ ମୋତେ ନିଜ ବାଇକ୍‌ରେ ବସାଇ ଗନ୍ତବ୍ୟ ସ୍ଥଳକୁ ନେଇଥିଲେ। ‘ଯାତ୍ରା ଆରମ୍ଭ କରିବା ପୂର୍ବରୁ ଅବରାର ବିନୟଙ୍କୁ ବାରମ୍ବାର ଧନ୍ୟବାଦ ଦେଇଥିଲେ। ବିନୟ ମଧ୍ୟ ଏହା ତାଙ୍କର କର୍ତ୍ତବ୍ୟ ବୋଲି କହିଥିଲେ ଏବଂ ଅବରାରଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇ ଅବରାରଙ୍କ ସହ କଥା ହୋଇଥିଲେ।

ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭାରତ ଭ୍ରମଣର ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ସମୟରେ ସେ ଭାରତର ଲୋକଙ୍କ ଆତିଥ୍ୟକୁ ପ୍ରଶଂସା କରିଥିଲେ। ବିଶେଷକରି ଏହି ସମୟ ମଧ୍ୟରେ ଲୋକମାନେ ତାଙ୍କ ସହିତ କିପରି ବ୍ୟବହାର କରିଥିଲେ, ସେ ଭାରତୀୟଙ୍କ ପ୍ରଶଂସକ ହୋଇଥିଲେ। ସେ ତାଙ୍କ ଭିଡିଓକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଶେୟାର କରିଛନ୍ତି। ଖୁବ୍‌ ଭଲପାଇବା ଦେଇଥିବାରୁ ସେ ଭାରତୀୟ ନାଗରିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅବରାର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ (WildLens by Abrar) ୧.୫ ମିଲିୟନରୁ ଅଧିକ ସବ୍‌ସ୍କ୍ରାଇବର ଥିବା ବେଳେ ତାଙ୍କ ଇନଷ୍ଟାଗ୍ରାମ୍‌ wildlensbyabrarରେ ମଧ୍ୟ ୨ ଲକ୍ଷ ୬୭ ହଜାର ଫଲୋଅର୍ସ ଅଛନ୍ତି।

Share