ରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ପାକିସ୍ତାନୀ…

ଲାହୋର,୧୭।୮: ପାକିସ୍ତାନରେ ମୌଳବାଦୀ ଗୋଷ୍ଠୀ ବେଶ୍‌ ସକ୍ରିୟ ହେବାରେ ଲାଗିଛନ୍ତି। ତେହେରିକ-ଇ-ଲୈବାକ ନାମକ ଏକ ଉଗ୍ରବାଦୀ ସଂଗଠନର ସଦସ୍ୟ ଲାହୋର ଦୁର୍ଗରେ ଥିବା ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଧଳା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ମୂର୍ତ୍ତି ଭାଙ୍ଗୁଥିବାରୁ ଦେଖିବାକୁ ମିଳୁଛି। ଭିଡ଼ିଓ ଆଧାରରେ ପୋଲିସ ଏହି ମାମଲାରେ ରିଜୱାନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ, ବିଶ୍ୱରେ ପାକିସ୍ତାନର ଭାବମୂର୍ତ୍ତି ପାଇଁ ଏଭଳି ଲୋକେ ଅତ୍ୟନ୍ତ ବିପଜ୍ଜନକ। ସୂଚନାଯୋଗ୍ୟ, ରାଜା ରଣଜିତ୍‌ ସିଂଙ୍କ ମୃତ୍ୟୁ ୧୮୩୯ରେ ଲାହୋରରେ ହୋଇଥିଲା। ସେତେବେଳେ ଲାହୋର ଭାରତର ଅଂଶବିଶେଷ ଥିଲା। ୨୦୧୯ ଜୁନ୍‌ରେ ଲାହୋର ଦୁର୍ଗରେ ରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା।

Share