୮ଲକ୍ଷ ପାକିସ୍ତାନୀ ଛାଡିଲେଣି ଦେଶ

ଇସଲାମବାଦ,୨୨।୮: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ତେବେ ଏଭଳି ଖରାପ ସମୟରେ ଲୋକମାନେ ପାକିସ୍ତାନ ଛାଡିବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ୬ମାସରେ ପ୍ରାୟ ୮ଲକ୍ଷ ନାଗରିକ ଦେଶ ଛାଡିଛନ୍ତି। ପାକିସ୍ତାନର ବିପର୍ଯ୍ୟସ୍ତ ଅର୍ଥନୀତି ଯୋଗୁଁ ଏପରି ପରିସ୍ଥିତି ଘଟିଛି ବୋଲି ଅନୁମାନ କରାଯାଉଛି।

ଦେଶ ଛାଡୁଥିବା ନାଗରିକଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଡାକ୍ତର, ନର୍ସ, ଇଞ୍ଜିନିୟର, ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ବିଶେଷଜ୍ଞ ଏବଂ ଆକାଉଣ୍ଟାଣ୍ଟଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ମଧ୍ୟ ସାମିଲ ଅଛନ୍ତି।
ଏଥିମଧ୍ୟରୁ ବହୁଜଣ ୟୁରୋପ ଆଡକୁ ଅଗ୍ରସର ହେଉଛନ୍ତି।

ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୮,୩୨ ଲକ୍ଷ ପାକିସ୍ତାନୀ ପାକିସ୍ତାନ ଛାଡିଛନ୍ତି। ଏଥିରେ ପ୍ରାୟ ୪ ଲକ୍ଷ ଶିକ୍ଷିତ ଲୋକ ଅଛନ୍ତି।

Share