ପାକିସ୍ତାନବାସୀ ଶେହଓ୍ବାଜ୍‌ ଶରିଫ ସରକାରଙ୍କୁ କେବେ କ୍ଷମା କରିବେ ନାହିଁ: ଇମ୍ରାନ

ଲାହୋର,୮।୩: ଲାହୋରରେ ହେବାକୁ ଥିବା ରାଲି ପାଇଁ ଅନୁମତି ନ ପାଇ ପାକିସ୍ତାନର ମୁଖ୍ୟ ତେହେରିକ-ଇ-ଇନସାଫ ଏବଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଇମ୍ରାନ ଖାନ କହିଛନ୍ତି, ଦେଶର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଛି। ମୁଁ ମୋର ହତ୍ୟାକୁ ଭୟ କରୁଛି। ଆମ ସାମ୍ନାରେ ଆମର ଏକ ବଡ ଆହ୍ବାନ ରହିଛି। ଦେଶରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି। ପାକିସ୍ତାନର ଲୋକମାନେ ଶାସକ ଦଳକୁ କ୍ଷମା କରିବେ ନାହିଁ।
ତାଙ୍କ ସମର୍ଥକଙ୍କ ଗିରଫଦାରୀ ଉପରେ ଇମ୍ରାନ କହିଛନ୍ତି, ଦେଶରେ ସ୍ବାଧୀନତା ଉପରେ ଏହା ହେଉଛି ସବୁଠାରୁ ବଡ ଆକ୍ରମଣ। ଏହି ଲୋକମାନେ ସାମରିକ ଆଇନକୁ ଅତିକ୍ରମ କରିସାରିଛନ୍ତି, ନିଜ ଲୋକଙ୍କୁ ଅତ୍ୟାଚାର କରାଯାଉଛି। ସ୍ବାଧୀନତାକୁ କ୍ରମାଗତ ଭାବେ ଛଡ଼ାଯାଉଛି।
ଗୋଟିଏ ପଟେ ଇମ୍ରାନଙ୍କ ଭାଷଣ ଚାଲିଥିବା ବେଳେ ଅନ୍ୟ ପଟେ ପଞ୍ଜାବ ଗୃହ ବିଭାଗ ବୁଧବାର ଲାହୋରରେ ସାତ ଦିନ ଧରି ସମସ୍ତ ପ୍ରକାର ବିରୋଧ ଓ ରାଲି ଉପରେ ପ୍ରତିବନ୍ଧକ ଲଗାଇଛି। ସହରରେ ଧାରା ୧୪୪ ଲାଗୁ କରାଯାଇଛି। ଅନ୍ୟପକ୍ଷରେ, ଗିରଫରୁ ରକ୍ଷା ପାଇବା ପାଇଁ ଇମ୍ରାନ ଖାନ ଲାହୋରରେ ଥିବା ତାଙ୍କ ବାସଭବନ ଜମାନ ପାର୍କ ବାହାରେ ତାଙ୍କ ସମର୍ଥକଙ୍କୁ ଏକାଠି ସରକାର ବିରୋଧରେ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮୩୧ରେ ଆଗ୍ନେୟଗିରି ଉଦ୍‌ଗିରଣରୁ ନୀଳ ହୋଇଥିଲା ସୂର୍ଯ୍ୟ

ଏଡିନବର୍ଗ, ୧୨ା୧:ପ୍ରାୟ ୨୦୦ ବର୍ଷ ତଳେ ପୃଥିବୀ ବାୟୁମଣ୍ଡଳରେ ସୂର୍ଯ୍ୟ ନୀଳରଙ୍ଗ ହେବାର ରହସ୍ୟ ଉପରୁ ବୈଜ୍ଞାନିକମାନେ ପରଦା ଉଠାଇଛନ୍ତି। ୧୮୩୧ ମସିହାରେ ହୋଇଥିବା ଏକ...

ଆମେରିକାରେ ତୁଷାରଝଡ଼: ୩,୦୦୦ ବିମାନ ବାତିଲ

ଆଟଲାଣ୍ଟା,୧୨।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ଶୁକ୍ରବାର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଫଳରେ ୩,୦୦୦ରୁ...

ଟ୍ରମ୍ପ୍‌ ଦୋଷୀ, ଦଣ୍ଡମୁକ୍ତ

ନ୍ୟୁୟର୍କ,୧୨।୧: ୭୮ ବର୍ଷୀୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଜଷ୍ଟିସ୍‌ ଜୁଆନ୍‌ ମର୍ଚାନ୍‌ ଦୋଷୀ ସାବ୍ୟସ୍ତ କରିବା ସହ ନିଃସର୍ତ୍ତରେ ଦଣ୍ଡମୁକ୍ତ କରିଛନ୍ତି। ଆପରାଧିକ ମାମଲାରେ ଦୋଷୀ...

୨୦୨୫ରେ ଭାରତର ଅର୍ଥନୀତି ରହିବ ଦୁର୍ବଳ :ଆଇଏମ୍‌ଏଫ୍‌ ମୁଖ୍ୟଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୨।୧:୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଖ୍ୟତଃ...

କାଲିଫର୍ନିଆରେ ସ୍ବାସ୍ଥ୍ୟ ଏମର୍ଜେନ୍ସି

ଓ୍ବାଶିଂଟନ,୧୨।୧:ଆମେରିକାର ଲସ୍‌ଏଞ୍ଜେଲ୍ସରେ ମଙ୍ଗଳବାରଠାରୁ ଲାଗିରହିଥିବା ଭୟାବହ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚତ୍ଛି। ହଲିଉଡ୍‌ ହିଲ୍‌ ସମେତ ଲସ୍‌ଏଞ୍ଜେଲ୍ସ ଓ ଏହାର ଆଖପାଖ ଅଞ୍ଚଳରେ ୧୦...

ରାଷ୍ଟ୍ରପତି ପଦ ଛାଡିବା ପୂର୍ବରୁ ଜୋ ବାଇଡେନ ଏମିତି ନିଷ୍ପତ୍ତି ନେଲେ ଯେ ବଢିଲା ଟ୍ରମ୍ପଙ୍କ ଟେନସନ!

ଓ୍ବାଶିଂଟନ,୧୧।୧: ବିଦାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଇଡେନଙ୍କ ଏହି ନିଷ୍ପତ୍ତି ପ୍ରାୟ...

ନିଜର ଭୁଲ ମାନିଲା ୟୁନୁସ ସରକାର! ୭,୨୯୪ ଲୋକଙ୍କ ମୃତ୍ୟୁକୁ ନେଇ…

ଢାକା,୧୧।୧: ବିବାଦରେ ଘେରି ରହିଥିବା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନିଜର ବଡ଼ ଭୁଲ ସ୍ବୀକାର କରିଛି ଏବଂ ଏହାର ଦାୟିତ୍ୱ ନେଇଛି।...

ଧରାପଡିଲା ବାଂଲାଦେଶର ବଡ ଚାଲ୍‌, ନକଲି ଭାରତୀୟ ପାସପୋର୍ଟ ସାହାରାରେ ବିଦେଶ ଯାଉଥିଲେ…

ଢାକା/କୋଲକାତା,୧୧।୧: ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image