ଆତ୍ମଘାତୀ ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ ରହିଛି ହାତ, ତାଲିବାନ କହିଲା ଶତ୍ରୁତା ସୃଷ୍ଟି କରିବାକୁ ହେଉଛି ଚେଷ୍ଟା

ଇସଲାମାବାଦ,୩୧।୭: ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶର ବାଜୌରରେ ଏକ ରାଜନୈତିକ ସମାବେଶରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଏ ପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନ ପୋଲିସ ଏହାର ବିବୃତ୍ତିରେ କହିଛି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆତ୍ମଘାତୀ ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ ରହିଛି। ରବିବାର ଏହି ଆତ୍ମଘାତୀ ଆକ୍ରମଣ ହୋଇଥିଲା।

ପାକିସ୍ତାନ ପୋଲିସ ଅଧିକାରୀ କହିଛନ୍ତି ଯେ, ଆମେ ବର୍ତ୍ତମାନ ସୁଦ୍ଧା ବାଜୌର ବିସ୍ଫୋରଣ ଘଟଣା ସମ୍ପର୍କରେ ଅନୁସନ୍ଧାନ ଏବଂ ତଥ୍ୟ ସଂଗ୍ରହ କରୁଛୁ। ଆଇଏସ୍‌ଆଇଏସ୍‌ର ସମ୍ପୃକ୍ତି ନେଇ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।

Share