Categories: ଖେଳ

ପାକିସ୍ତାନର ପ୍ରଥମ ବିଜୟ, ହାରିଲା ନେଦରଲାଣ୍ଡ…

ମେଲବୋର୍ନ,୩୦।୧୦ : ପର୍ଥର ଅପ୍ଟସ ଷ୍ଟାଡିୟମରେ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ଟି -୨୦ ବିଶ୍ୱକପର ୨୯ ତମ ମ୍ୟାଚରେ ନେଦରଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଧାର୍ଯ୍ୟ ଓଭରରେ ୯ ଓ୍ବିକେଟ ହରାଇ ୯୧ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୩.୫ ଓଭରରେ ୪ ଓ୍ବିକେଟ ହରାଇ ପାଇଁ ୯୫ ରନ୍‌ ସ୍କୋର କରି ମ୍ୟାଚ ଜିତିଥିଲା।

ଟି -୨୦ ବିଶ୍ୱକପରେ ପାକିସ୍ତାନ ଏହା ପ୍ରଥମ ବିଜୟ। ଭାରତ ଏବଂ ଜିମ୍ବାୱେ ବିପକ୍ଷରେ ପରାଜୟ ପରେ ଏବେ ପାକିସ୍ତାନ ଫର୍ମକୁ ଫେରିଛି। ମହମ୍ମଦ ରିଜୱାନ ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ। ସେ ତାଙ୍କର ୩୯ ବଲ ଇନିଂସରେ ପାଞ୍ଚ ଚୌକା ମାରିଥିଲେ। ୧୬ ଟି ବଲରେ ଫଖର ଜମାନ ୨୦ ରନ ସ୍କୋର କରିଥିଲେ। ଶାନ ମାସୁଦ ୧୬ ବଲରୁ ୧୨ ରନ ସ୍କୋର କରିଥିଲେ।

ଇଫତିଖର ଅହମ୍ମଦ ପାଞ୍ଚଟି ବଲରୁ ୪ ସଂଗ୍ରହ କରି ଅପରାଜିତ ରହିଥିଲେ ଏବଂ ଶାଦବ ଖାନ ଦୁଇଟି ବଲରୁ ଚାରି ରନ୍‌ ସ୍କୋର କରିଥିଲେ। ଏହି ମ୍ୟାଚରେ ଅଧିନାୟକ ବାବର ଆଜାମ ନିଜ କମାଲ ଦେଖାଇ ପାରି ନଥିଲେ। ପାଞ୍ଚଟି ବଲରୁ ଚାରି ରନ ସ୍କୋର କରିବା ପରେ ସେ ଆଉଟ ହୋଇଥିଲେ। ନେଦରଲାଣ୍ଡ ପାଇଁ ବ୍ରେଣ୍ଡନ ଗ୍ଲୋଭର ଦୁଇଟି ୱିକେଟ ନେଇଥିଲେ ଏବଂ ୱାନ ମେକେରେନ ଗୋଟିଏ ୱିକେଟ ନେଇଥିଲେ। ଅଧିନାୟକ ସ୍କଟ୍‌ ଏଡଓ୍ବାର୍ଡ ୧୫ ବଲରେ ୨୦ ରନ୍‌ କରିଥିଲେ।

Share