Categories: ଜାତୀୟ

ଭାରତ ବିରୋଧରେ ପାକିସ୍ତାନର ୩ ଷଡ଼ଯନ୍ତ୍ର: ଲୁଟ-ସୁନ୍ଦରୀ ଯୁବତୀ-ଆତଙ୍କବାଦ…

ନୂଆଦିଲ୍ଲୀ,୩।୧୦ : କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାକିସ୍ତାନର ଉଦ୍ଦେଶ୍ୟ ବୁଝି ସାରିଛି, କିନ୍ତୁ ନିକଟ ଅତୀତରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି ଯାହା ଆଶ୍ଚର୍ଯ୍ୟଜନକ। ଯେତେବେଳେ ପାକିସ୍ତାନ ପାଇଁ ଭାରତ ସୀମା ପାର ହୋଇ ଯୁଦ୍ଧ କରିବା କଷ୍ଟସାଧ୍ୟ ହେଲା, ସେତେବେଳେ ଆତଙ୍କବାଦ ବିସ୍ତାର କରିବାର ନୂଆ ଉପାୟ ବାହାର କରିଥିଲା। ପାକିସ୍ତାନ ଲୁଟ-ସୁନ୍ଦରୀ ଯୁବତୀ-ଆତଙ୍କବାଦ ଆଦି ତିନୋଟି ଷଡ଼ଯନ୍ତ୍ର ମାଧ୍ୟମରେ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଛି। ତେବେ ଭାରତ ବିରୋଧରେ ପାକିସ୍ତାନର ସେସେବୁ ବିପଜ୍ଜନକ ପଦକ୍ଷେପ ବିଫଳ ହୋଇଛି।

ଆଇଏସଆଇ ସହ ଜଡିତ ଜଣେ ବଡ ଆତଙ୍କବାଦୀ ଶାହନାୱାଜଙ୍କୁ ଦେଶର ରାଜଧାନୀ ଦିଲ୍ଲୀରୁ ଗିରଫ କରାଯାଇଛି। ଏହା ବ୍ୟତୀତ ତାଙ୍କର ଆଉ ଦୁଇ ସହଯୋଗୀ ମହମ୍ମଦ ରିଜୱାନ ଆଶ୍ରାଫ ଏବଂ ମହମ୍ମଦ ଅର୍ଶଦ ୱାର୍ସିଙ୍କୁ ଉତ୍ତରପ୍ରଦେଶର ଲକ୍ଷୌ୍ନ ଏବଂ ମୋରାଦାବାଦରୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କଠାରୁ ଏକ .୩୨ ବୋର ପିସ୍ତଲ ସହିତ ସାତ ଜୀବନ୍ତ କାର୍ଟ୍ରିଜ, ରାସାୟନିକ ପଦାର୍ଥରେ ଭର୍ତ୍ତି ପ୍ଲାଷ୍ଟିକ କଣ୍ଟେନର, ଏସିଡଥିବା ଗ୍ଲାସ ବୋତଲ, ଛୋଟ ଆକାରର ଷ୍ଟିଲ ବଲ, ମ୍ୟାଚ ବକ୍ସ, ଲୁହା ପାଇପ, ଇଲେକ୍ଟ୍ରୋନିକ ଓଜନ ମେସିନ, ଥର୍ମୋମିଟର, ସର୍ଜିକାଲ ଗ୍ଲୋଭସ ଏବଂ ବିଭିନ୍ନ ରଙ୍ଗୀନ ପାଉଡର ଜବତ କରିଛି।

ଏହି ତିନି ଆତଙ୍କବାଦୀ ଦେଶରେ ଲୁଟ କାର୍ଯ୍ୟରେ ଲିପ୍ତ ଥିଲେ। ଦେଶରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା କିନ୍ତୁ ସେହି ଆକ୍ରମଣ ପାଇଁ ସେମାନଙ୍କୁ ଟଙ୍କା ଜମା କରିବାକୁ ପଡୁଥିଲା। ଆତଙ୍କବାଦୀ ଆକ୍ରମଣ ପାଇଁ ପାଣ୍ଠି ସଂଗ୍ରହ କରିବାର କାର୍ଯ୍ୟ ମଧ୍ୟ ଆଇଏସଆଇ ତାଙ୍କୁ ଦେଇଥିଲା। ସ୍ବତନ୍ତ୍ର ସେଲ ଦ୍ୱାରା ଧରାଯାଇଥିବା ତିନି ଆତଙ୍କବାଦୀ ପୋଲିସକୁ ଏହା କହିଛନ୍ତି।

ସେହିଭଳି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ କିଛି ସମୟ ପୂର୍ବରୁ ସୁନ୍ଦରୀ ଯୁବତୀଙ୍କ ହନିଟ୍ରାପରେ ଭାରତୀୟ ଯବାନମାନଙ୍କୁ ଫଶାଇବା ୁଦ୍ୟମ କରୁଥିଲା। ଭାରତୀ ଗୁପ୍ତଚର ସଂସ୍ଥା ଖବର ପାଇଥିଲା ପାକିସ୍ତାନ ଦେଶକୁ ୨୧ ସୁନ୍ଦରୀ ଯୁବତୀଙ୍କୁ ପଠାଇଥିଲା। ଆଇଏସଆଇ ସହିତ ଜଡିତ ଏହି ଯୁବତୀମାନଙ୍କର କାମ ଥିଲା ଉତ୍ତରପ୍ରଦେଶ ପୋଲିସର ଅଧିକାରୀମାନଙ୍କୁ ସେମାନଙ୍କ ସୌନ୍ଦର୍ଯ୍ୟରେ ଫାଶରେ ପକାଇବା। ଦେଶର ଗୁପ୍ତଚର ଏଜେନ୍ସି ଏ ସମ୍ପର୍କରେ ପୋଲିସ କର୍ମଚାରୀଙ୍କୁ ସତର୍କ କରାଇ ଦେଇଛି।

ପାକିସ୍ତାନ ଏବଂ ଆଇଏସଆଇର ତୃତୀୟ ପଦ୍ଧତି ଅବ୍ୟାହତ ରହିଛି। ସୀମାରେ ଅନୁପ୍ରବେଶ। କିଛି ଦିନ ପାଇଁ ପାକିସ୍ତାନ ପକ୍ଷରୁ ଅନୁପ୍ରବେଶ ଘଟଣା ହ୍ରାସ ପାଇଥିଲା, ଏବେ ପୁଣି ଥରେ ସୀମାରୁ ଅନେକ ଆତଙ୍କବାଦ ମାମଲା ସାମ୍ନାକୁ ଆସୁଛି। ଜମ୍ମୁ-କଶ୍ମୀରର କୁପୱାରା ଜିଲାରେ ସୁରକ୍ଷା ବାହିନୀ ମାଛିଲ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ସେମାନଙ୍କ ସହ ପାକିସ୍ତାନ ମୁଦ୍ରା ମଧ୍ୟ ମିଳିଥିଲା। ଏହାପୂର୍ବରୁ ବାରମୁଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଏନକାଉଣ୍ଟରରେ ତିନିଜଣ ସେନା ଅଧିକାରୀ ମଧ୍ୟ ଶହିଦ ହୋଇଥିଲେ।

Share