ପାକିସ୍ତାନର ଦୁଃସାହସ: ଭାରତକୁ ଦେଲା ଯୁଦ୍ଧ-ଆଣବିକ ବୋମା ଧମକ…

ନୂଆଦିଲ୍ଲୀ/ଇସଲାମାବାଦ,୧୭।୧୨ : ପାକିସ୍ତାନ ପୁଣିଥରେ ଦୁଃସାହସ କରିଛି। ପାକିସ୍ତାନର ମନ୍ତ୍ରୀ ଶାଜିଆ ମାରି ଭାରତକୁ ଯୁଦ୍ଧ ଏବଂ ଆଣବିକ ବୋମା ଦେଇ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ପରମାଣୁ ସ୍ଥିତି ନୀରବ ରହିବା ପାଇଁ ନୁହେଁ। ସମୟ ପଡ଼ିଲେ ଏହାକୁ ଯୁଦ୍ଧରେ ମଧ୍ୟ ଲଗାଯିବ ବୋଲି କହି ସେ ଭାରତ ସହିତ ଯୁଦ୍ଧ କରିବାକୁ ମଧ୍ୟ ଧମକ ଦେଇଛନ୍ତି।

ଶାଜିଆ ମାରି ବିଲାୱାଲ ଭୁଟ୍ଟୋଙ୍କ ସମର୍ଥନରେ ଏକ ଗଣମାଧ୍ୟମ ସମ୍ମିଳନୀ କରିଥିଲେ। ଏହି ଅବସରରେ ସେ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଭାରତ ବିରୋଧରେ ଅଭିଯୋଗ କରୁନାହୁଁ। କିନ୍ତୁ ଭାରତରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆମର ଅଭିଯୋଗ ଅଛି। ସେ କହିଛନ୍ତି ଯେ ଆପଣ ବାରମ୍ବାର ପାକିସ୍ତାନ ବିରୁଦ୍ଧରେ ଅଭିଯୋଗ ଜାରି ରଖିବେ ଏବଂ ପାକିସ୍ତାନ ଏହାକୁ ନୀରବରେ ଯେ,ଶୁଣିବ ତାହା ଭାବିଲା ଭୁଲ୍‌। ତାହା ହେବ ନାହିଁ। ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରି ଶାଜିଆ କହିଛନ୍ତି, ନିଜକୁ ସୁଧାରି ନିଅ। ତୁମେ ବିଲାୱାଲ ଭୁଟ୍ଟୋଙ୍କ ପୁତ୍ତଳିକା ଜାଳିଦେବାକୁ ଧମକ ଦେଉଛତ୍‌ ମାତ୍ର ଭାରତରେ ମୋଦିଙ୍କ ପୁତ୍ତଳିକା ଜଳା ଯାଉଛି।

ଶାଜିଆ ସରକାରଙ୍କୁ ଧମକ ଦେଇ କହିଛନ୍ତି ଯେ ଯଦି ମୋଦି ସରକାର ଲଢ଼ିବେ ତେବେ ସେ ଏହାର ଜବାବ ମଧ୍ୟ ପାଇବେ। ପାକିସ୍ତାନର ଆଣବିକ ରାଷ୍ଟ୍ରର ସ୍ଥିତି କେବଳ ଚୁପ ହୋଇ ରହିବା ପାଇଁ ନୁହେଁ। ଏହାର ଉତ୍ତର କିପରି ଦିଆଯିବ ତାହା ପାକିସ୍ତାନ ଜାଣେ।

Share