Categories: ଜାତୀୟ

ଭାରତକୁ ବଦନାମ କରିବା ଲାଗି ପାକିସ୍ତାନର ଷଡ଼ଯନ୍ତ୍ର, ସୋସିଆଲ ମିଡ଼ିଆର ଅପବ୍ୟବହାର…

ନୂଆଦିଲ୍ଲୀ, ୧୨।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଚାଲିଥିବା ପ୍ରଦର୍ଶନକୁ ନେଇ ପାକିସ୍ତାନ ଭାରତକୁ ବଦନାମ କରିବର ଷଡ଼ଯନ୍ତ୍ର ରଚିଛି। ବିବାଦ ପରେ ପାକିସ୍ତାନ ସୋସିଆଲ ମିଡିଆ ବ୍ୟବହାର କରି ଭାରତକୁ ବଦନାମ କରୁଛି।

ଡିଜିଟାଲ ଫରେନସିକ ରିସର୍ଚ୍ଚ ଆଣ୍ଡ ଆନାଲିଟିକ୍ସ ସେଣ୍ଟରର ଏକ ରିପୋର୍ଟ ଅନୁଯାୟୀ, ବିବାଦ ସହ ଜଡିତ ଅଧିକାଂଶ ଟୁଇଟ ସମ୍ପୃକ୍ତ ହ୍ୟାସଟ୍ୟାଗ ସହିତ ପୋଷ୍ଟ କରାଯାଇଥିଲା। ଏସବୁ ମୁଖ୍ୟତଃ ପାକିସ୍ତାନରୁ ଆସିଥିଲା। ଏହି ରିପୋର୍ଟରେ୬୦ ହଜାରରୁ ଅଧିକ ୟୁଜରଙ୍କର ବିଶ୍ଳେଷଣ କରାଯାଇଥିଲା।

ଜଣାପଡ଼ିଥିଲା ଯେ, ଅଧିକାଂଶ ଅଣ-ଯାଞ୍ଚକାରୀ ୟୁଜର, ଯେଉଁମାନେ ପ୍ରାସଙ୍ଗିକ ହ୍ୟାସଟ୍ୟାଗ ସହିତ ପୋଷ୍ଟ କରୁଥିଲେ। ବିଭିନ୍ନ ଦେଶରୁ ୬୦ ହଜାରରୁ ଅଧିକ ଯାଞ୍ଚ ହୋଇନଥିବା ଆକାଉଣ୍ଟ ଥିଲା। ବଡ କଥା ହେଉଛି ସମ୍ପୃକ୍ତ ହ୍ୟାସଟ୍ୟାଗ ସହିତ ପୋଷ୍ଟରେ ପାକିସ୍ତାନର ୭୧୦୦ ରୁ ଅଧିକ ଅଜଣା ଲୋକ ଥିଲେ।

Share