ପାକିସ୍ତାନର ବିବାଦୀୟ ମନ୍ତବ୍ୟ: ଚାଣକ୍ୟ-ପାଣିନି ଥିଲେ ପାକିସ୍ତାନୀ

ଇସଲାମାବାଦ୍‌,୧୪।୧୨: ପାକିସ୍ତାନର ବିବାଦୀୟ ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଏତ୍‌ନାମ୍‌ରେ ଅବସ୍ଥାପିତ ଥିବା ପାକିସ୍ତାନ ରାଷ୍ଟ୍ରଦୂତ କ୍ୱାମର ଅବାସ ଖୋଖାର କହିଛନ୍ତି ଯେ, ପ୍ରାଚୀନ ତକ୍ଷଶୀଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା। ଚାଣକ୍ୟ ଏବଂ ପାଣିନି ପାକିସ୍ତାନର ବାସିନ୍ଦା ଥିଲେ ବୋଲି ସେ କହିଛନ୍ତି। କ୍ୱାମର ପ୍ରାଚୀନ ତକ୍ଷଶୀଳା ବିଶ୍ୱବିଦ୍ୟାଳୟର ଏକ ଫଟୋ ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ଼ କରିଛନ୍ତି। ୨୭୦୦ ବର୍ଷ ତଳେ ପାକିସ୍ତାନର ଇସଲାମାବାଦ୍‌ ନିକଟରେ ତକ୍ଷଶୀଳା ବିଶ୍ୱବିଦ୍ୟାଳୟ ରହିଥିବା ସେ କହିଛନ୍ତି। ଏଠାରେ ପୃଥିବୀର ୧୬ରୁ ଅଧିକ ଦେଶର ୧୦ହଜାର ୫ଶହ ଶିକ୍ଷାର୍ଥୀ ଅଧ୍ୟୟନ କରୁଥିଲେ। ଏହି ବିଶ୍ୱବିଦ୍ୟାଳୟରେ ୬୪ରୁ ଅଧିକ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯାଉଥିବା ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି। ଏଠାରେ ଚାଣକ୍ୟ ଏବଂ ପାଣିନିଙ୍କ ଭଳି ବିଦ୍ୱାନ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରୁଥିଲେ। ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଏଭଳି ମନ୍ତବ୍ୟ ନେଇ ସୋସିିଆଲ ମିଡ଼ିଆରେ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Share