କରଜରେ ବୁଡି ରହିଛି ପାକସ୍ତାନ, ପ୍ରତି ମାସରେ ୨.୬ପ୍ରତିଶତ ହାରରେ ୫୮.୬ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଋଣ ଭାର

ଇସଲାମବାଦ,୬।୬: ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ କରଜ ଭାରରେ ବୁଡି ରହିଛି। ଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ ହେବାସହ ଅତ୍ୟାବଶକ ଦ୍ରବ୍ୟର ଦରଦାମ ଆକାଶଛୁଆଁ ରହିଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାରଙ୍କ ଋଣ ଭାର ବାର୍ଷିକ ୩୪.୧ ପ୍ରତିଶତ ବୃଦ୍ଧି ହୋଇ ଏପ୍ରିଲ ଶେଷରେ ୫୮.୬ ଲକ୍ଷ କୋଟିରେ ପହଞ୍ଚିଛି। ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଋଣ ଭାର ମାସିକ ୨.୬ପ୍ରତିଶତ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର୍‌ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ଲାଗି ଦେଶକୁ କିଛି ସମୟ ଲାଗିପାରେ।

ମିଡିଆ ରିପୋର୍ଟ ଅନୁଯାୟୀ, ଏପ୍ରିଲ ଶେଷରେ ମୋଟ ଋଣ ମଧ୍ୟରୁ ଘରୋଇ ଋଣ ହେଉଛି ୩୬.୫ ଲକ୍ଷ କୋଟି ଅର୍ଥାତ ୬୨.୩ପ୍ରତିଶତ। ଯେତେବେଳେ ବାହ୍ୟ ଋଣ ହେଉଛି ୨୨ ଲକ୍ଷ କୋଟି ଯାହା ୩୭.୬ପ୍ରତିଶତ। ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ (ଏସବିପିି) ତଥ୍ୟ ଅନୁଯାୟୀ, ବାହ୍ୟ ଋଣ ବାର୍ଷିକ ୪୯.୧ପ୍ରତିଶତ ବୃଦ୍ଧି ପାଇଛି।

ଘରୋଇ ଋଣର ସର୍ବାଧିକ ଅଂଶ ପାକିସ୍ତାନ ସରକାର ନଓ୍ବାଜ ସରିଫଙ୍କ ରହିଛି। ଏହା ପ୍ରାୟ ୨୫ଲକ୍ଷ କୋଟି ଟଙ୍କା। ଘରୋଇ ଋଣରେ ପ୍ରାୟ ୭.୨ଲକ୍ଷ କୋଟି ଟଙ୍କା ସ୍ବଳ୍ପ ମିଆଦି ଋଣ ଏବଂ ୨.୯ଲକ୍ଷ କୋଟି ଟଙ୍କା ଅନାବଶ୍ୟକ ଋଣ ରହିଛି। ଏଥିରେ ଜାତୀୟ ସଞ୍ଚୟ ଯୋଜନାରୁ ଉଧାର ନିଆଯାଇଥିବା ରାଶି ମଧ୍ୟ ଅନ୍ତର୍ଭୁକ୍ତ।

ବୈଦେଶିକ ମୁଦ୍ରା ଭଣ୍ଡାରରେ କେବଳ ଗୋଟିଏ ମାସ ଆମଦାନୀ ଶୁଝିବାର କ୍ଷମତା ରହିଛି। ଅନ୍ୟପକ୍ଷରେ, ରେକର୍ଡ-ଉଚ୍ଚ ମୁଦ୍ରାସ୍ଫୀତିରେ ସୁଧ ହାର ରେକର୍ଡ ଛୁଇଁଛି। ଘରୋଇ ଋଣ ପରିଶୋଧ କରିବା ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ରାଜନୈତିକ ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବିପୁଳ ବାହ୍ୟ ଋଣ, ଦୁର୍ବଳ ସ୍ଥାନୀୟ ମୁଦ୍ରା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହେବାରେ ଲାଗିଛି। ଦେଶର ପରିସଂଖ୍ୟାନ ଅନୁଯାୟୀ ଏପ୍ରିଲରେ ଏକ ବର୍ଷରେ ମୁଦ୍ରାସ୍ଫୀତି ସ୍ତର ୩୬.୪ପ୍ରତିଶତ ବୃଦ୍ଧି ପାଇଛି। ଯାହା ଦକ୍ଷିଣ ଏସିଆରେ ସର୍ବାଧିକ।

 

Share