Categories: ଖେଳ

ଭାରତକୁ ଚେତାବନୀ ଦେଲେ ପାକିସ୍ତାନର ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୦।୭: ଏସିଆ କପ ୨୦୨୩ କାର୍ଯ୍ୟସୂଚୀ ଅଫିସିଆଲ ଘୋଷଣା ହେବା ପରେ ସମସ୍ତ କ୍ରିକେଟ ପ୍ରେମୀ ସେପ୍ଟେମ୍ବର ୨କୁ ଅପେକ୍ଷା କରିଛନ୍ତି। ଏହି ଦିନ ଭାରତ ଏବଂ ପାକିସ୍ତାନର ଦଳ କାଣ୍ଡି ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ। ୨୦୧୯ ଦିନିକିଆ ବିଶ୍ୱକପ ପରେ ପ୍ରଥମ ଥର ପାଇଁ ୫୦ ଓଭର ଫର୍ମାଟରେ ଦୁଇ ଦଳ ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ମ୍ୟାକୁ ନେଇ ପାକିସ୍ତାନୀ ଦଳର ପୂର୍ବତନ ଅଧିନାୟକ ୱାକର ୟୁନିସ ଭାରତକୁ ଚେତାବନୀ ଦେଇଛନ୍ତି।
ୱାକର ୟୁନିସ କହିଛନ୍ତି, ପାକିସ୍ତାନ ଦଳର ଯେକୌଣସି ସ୍ଥାନରେ ଭାରତକୁ ପରାସ୍ତ କରିବାର କ୍ଷମତା ରହିଛି। ଆମ ସମୟରେ ବଡ଼ ଟୁର୍ନାମେଣ୍ଟରେ ଭାରତ ବିପକ୍ଷରେ ଆମେ କେବେ ଜିତି ନ ଥିଲୁ, କିନ୍ତୁ ବର୍ତ୍ତମାନ ଭଲ କଥା ହେଉଛି ଯୁବ ଖେଳାଳିମାନେ ଭାରତ ବିପକ୍ଷ ବଡ଼ ମ୍ୟାଚ୍‌ରେ ଜିତୁଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଏକ ଭଲ କଥା। ଯଦି ଆମର ଦଳ ତାର ସାମର୍ଥ୍ୟକୁ ଖେଳିବାକୁ ପରିଚାଳନା କରେ, ତେବେ ଆମେ ଭାରତକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିପାରିବା। ଯଦି ଆମେ ସେମାନଙ୍କୁ ଓଭାଲରେ ପରାସ୍ତ କରିପାରିବା, ଆମେ ସେମାନଙ୍କୁ ଯେକୌଣସି ସ୍ଥାନରେ ପରାସ୍ତ କରିପାରିବା।
୨ ସେପ୍ଟେମ୍ବରରେ ଭାରତ ବିପକ୍ଷରେ ପାକିସ୍ତାନ ଦଳ ଖେଳିବା ପରେ ଦୁଇ ଦଳ ୧୦ ସେପ୍ଟେମ୍ବରରେ ସୁପର-୪ରେ ପୁଣି ମୁହାଁମୁହିଁ ହୋଇପାରନ୍ତି। ଅନ୍ୟପକ୍ଷରେ, ଯଦି ଉଭୟ ଦଳ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୁଅନ୍ତି, ତେବେ ଆଉ ଗୋଟେ ମ୍ୟାଚ୍‌ ଦେଖିବାକୁ ମିଳିବ।

Share