Posted inଖେଳ

ଭାରତକୁ ମିସ୍‌ କରୁଛନ୍ତି ପାକିସ୍ତାନର ମହାନ ବୋଲର

ଦୋହା,୧୭।୩: ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ନାମେଣ୍ଟରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ, ବେଳେବେଳେ ସେ ଭାରତକୁ ବହୁତ ମିସ କରନ୍ତି ଏବଂ ତାଙ୍କର ଆଧାର କାର୍ଡ ମଧ୍ୟ ତିଆରି କରାଯାଇଛି। ବର୍ତ୍ତମାନ ତାଙ୍କୁ ଭାରତୀୟ ବୋଲି ପ୍ରମାଣ କରିବାକୁ ଆଉ କିଛି ବାକି ନାହିଁ।
କତାରର ରାଜଧାନୀ ଦୋହାରେ ଲିଜେଣ୍ଡ୍ସ ଲିଗ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ଏଥିରେ ପୂର୍ବତନ କ୍ରିକେଟ ଭେଟେରାନଙ୍କ ତିନିଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ନେଇ ଗଠିତ ଇଣ୍ଡିଆ ମହାରାଜା, ଏସିଆର ଅନ୍ୟ ଦେଶ ତଥା କ୍ରିକେଟରଙ୍କ ଦ୍ୱାରା ସୁସଜ୍ଜିତ ହୋଇଥିବା ଏସିଆ ଲାୟନ୍ସ ଦଳ, ଏସିଆର ବାହ୍ୟ କ୍ରିକେଟରଙ୍କ ଦ୍ୱାରା ଗଠିତ ଓ୍ବାଲର୍‌ଡ ଜଏଣ୍ଟସ୍‌ସାମିଲ ଅଛି।
ଏସିଆ ଲାୟନ୍ସ ଏବଂ ଇଣ୍ଡିଆ ମହାରାଜ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ଶୋଏବ ଅଖତର ଏସିଆ ଦଳରେ ସାମିଲ ଅଛନ୍ତି।
ମ୍ୟାଚ ପରେ ଶୋଏବ ଅଖତର କହିଛନ୍ତି, ମୁଁ ଭାରତକୁ ବହୁତ ପସନ୍ଦ କରେ। ମୁଁ ଦିଲ୍ଲୀ ଯିବାଆସିବା କରୁଛି। ମୋର ଆଧାର କାର୍ଡ ମଧ୍ୟ ତିଆରି ହୋଇଛି। ଜଣେ ଭାରତୀୟ ଭାବେ ପରିଚୟ ଦେବାକୁ ଆଉ କିଛି ବାକି ନାହିଁ। ମୁଁ ଚାହୁଁଛି ଚଳିତ ବର୍ଷର ଏସିଆ କପ କେବଳ ପାକିସ୍ତାନରେ ଅନୁଷ୍ଠିତ ହେଉ। ଏହାର ଅନ୍ତିମ ମ୍ୟାଚ ମଧ୍ୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉ। ମୁଁ ପ୍ରକୃତରେ ଭାରତରେ ଖେଳିବାକୁ ମିସ କରେ। ଭାରତ ମୋତେ ବହୁତ ଭଲପାଇବା ଦେଇଛି। ଯଦି ପାକିସ୍ତାନରେ ଏସିଆ କପ ଅନୁଷ୍ଠିତ ହୁଏ ନାହିଁ ତେବେ ଶୋଏବ ବିକଳ୍ପ ଦେଶ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଶୋଏବ ଅଖତର କହିଛନ୍ତି, ପାକିସ୍ତାନ କିମ୍ବା ଶ୍ରୀଲଙ୍କାରେ ଏସିଆ କପ ଅନୁଷ୍ଠିତ ହେବା ଉଚିତ୍‌।
ଏସିଆ ଲାୟନ୍ସ ଏବଂ ଇଣ୍ଡିଆ ମହାରାଜ ମଧ୍ୟରେ ହୋଇଥିବା ମ୍ୟାଚରେ ଅଖତରଙ୍କୁ କେବଳ ଗୋଟିଏ ଓଭରରେ ବୋଲିଂ କରିବାକୁ ପଡିଥିଲା। ଏହି ମ୍ୟାଚକୁ ଭାରତ ୧୦ ଉଇକେଟରେ ଜିତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri