Categories: ଖେଳ

୬ ଓ୍ବିକେଟରେ ପାକିସ୍ତାନର ସଂଘର୍ଷମୟ ବିଜୟ…

ହାଇଦ୍ରାବାଦ,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟମ ମ୍ୟାଚରେ ପାକିସ୍ତାନ ସଂଘର୍ଷମୟ ବିଜୟ ହାସଲ କରିଛି। ଧାର୍ଯ୍ୟ ରନର ପିଛା କରି ପାକିସ୍ତାନ ୪୮.୨ଓଭରରେ ୪ ଓ୍ବିକଟରେ ୨୪୮ରନ କରିଛି।

ପାକିସ୍ତାନ ପକ୍ଷରୁ ଅବଦୁଲା ସଫିକ ୧୧୩ ରନ କରିଥିବାବେଳେ ମହମ୍ମଦ ରିଜଓ୍ବାନ ଅପରାଜିତ ୧୩୪ ରନ କରିଥିଲେ।

ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାଶୁନ ଶାନାକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଦଳ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଥିଲା। ଶ୍ରୀଲଙ୍କା ଦଳ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୪୪ରନ କରିଥିଲା। ଫଳରେ ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୩୪୫ରନ ରହିଥିଲା।

ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶାଙ୍କା ୫୧ ରନ କରିଥିବାବେଳେ କୁଶଳ ମେଣ୍ଡିସ ୧୨୨ ରନ, ସାଦେରା ସମରବିକ୍ରମା ୧୦୮, ଧନଞ୍ଜୟ ଡି ସିଲଭା ୨୫ ରନ କରିଥିଲେ।

Share