Categories: ଜାତୀୟ

ପାକିସ୍ତାନର ଭାରତ ପ୍ରେମ: ନେତାମାନେ କହିଲେ,ଜଟିଳ ପରିସ୍ଥିତିରେ ଆମେ ଭାରତ ସହ ଅଛୁ

ଇସଲାମାବାଦ,୨୬।୪: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହୋଇପଡିଛି। ବିଶ୍ୱର ଅନେକ ଦେଶ ଏହି ବିପର୍ଯ୍ୟୟ ସମୟରେ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି ସମୟରେ ପଡୋଶୀ ପାକିସ୍ତାନର ବିରୋଧୀଦଳ ନେତାମାନେ ବିଶ୍ୱ ମହାମାରୀ ସହ ଲଢୁଥିବା ଭାରତର ଲୋକଙ୍କ ସହ ଏକତା ପ୍ରକାଶ କରିଛନ୍ତି। ଦୁଇ ଦେଶ ମିଳିତ ଭାବେ କରୋନା ସଙ୍କଟରୁ ମୁକ୍ତି ପାଇବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଏହି ସଙ୍କଟ ଦୂର କରିବା ପାଇଁ ନୱାଜ ସରିଫଙ୍କ ଝିଅ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଇମ୍ରାନ ଖାନ ସରକାର ଗୋଟିଏ ଦିନ ପୂର୍ବରୁ ଭାରତକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ।

ପାକିସ୍ତାନର ବିରୋଧୀ ଦଳର ନେତା ଶାହାବାଜ ସରିଫ ଟୁଇଟ୍‌ କରି କହିଛନ୍ତି ଯେ, ମୃତ୍ୟୁ ଓ ରୋଗ ସମୟରେ ମାନବିକତା, ଧର୍ମ ଏବଂ ରାଷ୍ଟ୍ରଠାରୁ ଊର୍ଦ୍ଧ୍ୱରେି। ଆମେ ଭାରତର ଲୋକଙ୍କ ପାଇଁ ପ୍ରାର୍ଥନା କରୁଛୁ। ସେହିପରି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ କହିଛନ୍ତି ଯେ, ଭାରତରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଆଲ୍ଲା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ କହିଛନ୍ତି।

Share