Categories: ଜାତୀୟ

ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ- MK1A ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ଅନ୍ତର୍ଭୂକ୍ତ ହେବ। ଏଥି ସହିତ, ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) କୁ ମାର୍ଚ୍ଚ ୨୦୨୫ସୁଦ୍ଧା ୧୮ ତେଜସ Mk-1A (LCA ତେଜସ ମାର୍କ -1 ଏ ଜେଟ) ଯୋଗାଣ ସମାପ୍ତ କରିବାକୁ କହିଛି। ସରକାର ୮୫ ବିମାନ ନିର୍ମାଣ କରିବାକୁ HAL କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖବର ଜାଣିବା ପରେ ପାକିସ୍ତାନ ଏବଂ ଚାଇନା ସମେତ ଶତ୍ରୁ ଦେଶମାନଙ୍କ ନିଦ ହଜିଯାଇଛି। ଏମାନେ ଅଶାନ୍ତ ଏବଂ ଚିନ୍ତିତ।

Share