ପାକିସ୍ତାନର ଆମ୍ବ କୂଟନୀତି ବିଫଳ: ଆମେରିକା-ଚାଇନା ଫେରାଇଲେ ଉପହାର…

ଇସଲାମାବାଦ୍‌,୧୩।୬: ପାକିସ୍ତାନର ଆମ୍ବ କୂଟନୀତି ଶେଷରେ ବିଫଳ ହୋଇଛି। ଆମେରିକା ସହିତ ପାକିସ୍ତାନର ବନ୍ଧୁ ବୋଲାଉଥିବା ଚାଇନା ଏକ୍ଷେତ୍ରରେ ପ୍ରଦାନ କରାଯାଇଥିବା ଉପହାର ଦେଇଛି। ପାକିସ୍ତାନ ୩୨ରୁ ଅଧିକ ଦେଶକୁ ଉପହାର ଭାବେ ଆମ୍ବ ପଠାଇଥିଲା। ତେବେ ଆମେରିକା ଏବଂ ଚାଇନା ଏହି ଉପହାରକୁ ଫେରାଇ ଦେଇଛନ୍ତି। ଆମେରିକା ଏବଂ ଚାଇନା କରୋନା ମହାମାରୀ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି କରିଥିବା କହିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ଡ. ଆରିଫ୍‌ ଅଲ୍‌ଓ୍ବିଙ୍କ ପକ୍ଷରୁ ଏହି ଆମ୍ବ ଉପହାର ପଠାଯାଇଥିଲା। ଆମେରିକା, ଚାଇନା ସହିତ ଆମ୍ବପେଟି ଇରାନ୍‌, ମଧ୍ୟପ୍ରାଚ୍ୟ ଦେଶ ସମୂହ, ତୁର୍କୀ, ଆଫଗାନିସ୍ତାନ, ବାଂଲାଦେଶ ଆଦିକୁ ପଠାଯାଇଥିଲା। ଆମେରିକା, ଚାଇନା ସହିତ ନେପାଳ, କାନାଡ଼ା, ମିଶର ଏବଂ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନ ଉପହାର ସ୍ବୀକାର କରିବାକୁ ମନା କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ସମ୍ପୃକ୍ତ ଦେଶର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଝଟ୍‌କା ଲାଗିଛି।

Share