Categories: ଖେଳ

ବିଶ୍ୱକପ ପାଇଁ ପାକିସ୍ତାନର ନୂଆ ଜର୍ସି ଉନ୍ମୋଚିତ

ହାଇଦ୍ରାବାଦ,୨୮।୮: ବିଶ୍ୱକପ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ବିଶ୍ୱକପ ସମୟରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ନୂଆ ଜର୍ସିରେ ନଜର ଆସିବେ। ଲାହୋରର ଗଦାଫି ଷ୍ଟାଡିୟମରେ ପାକିସ୍ତାନ କ୍ରିକେଟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ ଏହାର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ଫଟୋ ଶେୟାର କରିଛି।
ପାକିସ୍ତାନ କ୍ରିକେଟ ବୋର୍ଡ ବାବର ଆଜମ, ଶାଦବ ଖାନ ଏବଂ ମହମ୍ମଦ ନାସିମଙ୍କ ଫଟୋ ଶେୟାର କରିଛନ୍ତି। ଏହା ବ୍ୟତୀତ ପାକିସ୍ତାନୀ ମହିଳା ଦଳର ଅଧିନାୟକଙ୍କ ସମେତ ଅନେକ ଖେଳାଳି ନଜର ଆସିଛନ୍ତି। ଏହି ଫଟୋରେ ଏହି ଖେଳାଳିମାନେ ପାକିସ୍ତାନର ନୂଆ ଜର୍ସି ପିନ୍ଧିଛନ୍ତି।
ଉଲ୍ଲେଖନୀୟ ବିଷୟ ହେଉଛି, ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ୪ ଅକ୍ଟୋବରରେ ଏକ ଉଦଘାଟନୀ ସମାରୋହ ହେବ। ୧୪ ଅକ୍ଟୋବରରେ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ।

Share