ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଭାରତଠାରୁ ଅଧିକ ସୁରକ୍ଷିତ…

ଓ୍ବାଶିଂଟନ,୨୩।୭ : ଆମେରିକାର ସଂଗଠନ ନ୍ୟୁକ୍ଲିୟର ଥ୍ରେଟ ଇନିସିଏଟିଭ ଦାବି କରିଛି ପାକିସ୍ତାନରେ ଆଣବିକ ଅସ୍ତ୍ରଶସ୍ତ୍ର ଭାରତ ଅପେକ୍ଷା ଅଧିକ ସୁରକ୍ଷିତ। ବାର୍ଷିକ ର଼୍ୟାଙ୍କିଙ୍ଗ ପ୍ରକାଶ କରି ସଂଗଠନ କହିଛି ଗତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଶ୍ୱରେ ଆଣବିକ ସୁରକ୍ଷା ଆଶଙ୍କା ବୃଦ୍ଧି ପାଇଛି।

ପରମାଣୁ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଚୋରି ବିରୋଧରେ ସୁରକ୍ଷା ଦୃଷ୍ଟିରୁ ଅଷ୍ଟ୍ରେଲିଆକୁ ତାଲିକାର ଶୀର୍ଷରେ ରଖାଯାଇଛି। ଏହି ତାଲିକାରେ ଆମେରିକା ଏକାଦଶ, ଚାଇନା ଦ୍ୱାଦଶ, ପାକିସ୍ଥାନ ୧୯ତମ ଏବଂ ଭାରତ ୨୦ ତମ ସ୍ଥାନରେ ରହିଛି। ତାଲିକାର ଶେଷରେ ଉତ୍ତର କୋରିଆକୁ ୨୨ତମ ସ୍ଥାନରେ ରଖାଯାଇଛି ।

ସ୍ବିଡେନର ଥିଙ୍କ ଟ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ମୋଟ ୧୨,୫୧୨ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି। ସେଥିମଧ୍ୟରୁ ୯,୫୭୬ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି। ଚାଇନା ନିଜର ଅସ୍ତ୍ରଶସ୍ତ୍ରର ଷ୍ଟକ ବୃଦ୍ଧି କରିଛି। ଏହା ବ୍ୟତୀତ ବିଶ୍ୱର ୯୦ ପ୍ରତିଶତ ଆଣବିକ ଅସ୍ତ୍ର ରୁଷିଆ, ଆମେରିକା ପାଖରେ ଅଛି। ରୁଷିଆ ପାଖରେ ୪,୪୮୯ ଆଣବିକ ଅସ୍ତ୍ରଶସ୍ତ୍ର ଅଛି।

Share