Categories: ଖେଳ

ପାକିସ୍ତାନର ସେମିଫାଇନାଲ ଆଶା ପୁଣି ବଢ଼ିଲା,ବାଂଲାଦେଶ ଓ୍ବାଲର୍‌ଡ କପରୁ ବାହାର…

ନୂଆଦିଲ୍ଲୀ,୩୧।୧୦ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚରେ ପାକିସ୍ତାନ ୭ ଓ୍ବିକେଟରେ ବାଂଲାଦେଶଙ୍କୁ ପରାସ୍ତ କରିଛି। ପରାଜୟ ସହିତ ବାଂଲାଦେଶ ଓ୍ବାଲର୍‌ଡକପରୁ ବାହାର ହୋଇଛି। ତେବେ ଏହି ମାଚ ଜିତିବା ପରେ ପାକିସ୍ତାନର ସେମିଫାଇନାଲର ଆଶା ପୁଣି ବଢ଼ିଛି। ଦଳ ମୋଟ ୭ଟି ମ୍ୟାଚ ଖେଳି ୩ଟି ଜିତି ୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ୫ମସ୍ଥାନରେ ରହିଛି। ଦଳ ଆଉ ୨ଟି ମ୍ୟାଚ ଖେଳିବ।

ଏହି ଦୁଇଟି ମ୍ୟାଚରେ ଅଧିନାୟକ ବାବର ଆଜମଙ୍କ ଟିମକୁ ବିଜୟ ଧାରା ବଜାୟ ରଖିବା ସହିତ ଉଚ୍ଚ ରନ ରେଟର ଆବଶ୍ୟକତା ରହିଛି। ତେବେ ହୁଏତ ପାକିସ୍ତାନର ସେମିଫାଇନାଲକୁ ଯିବାର ଆଶା ରହିପାରେ। କିନ୍ତୁ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଭାରତ,ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଢ ଏବଂ ଅଷ୍ଟ୍ରେଲିଆଙ୍କୁ ୩ଟି ଲେଖାଏଁ ମ୍ୟାଚ ଖେଳିବାକୁ ରହିଛି। ଯଦି କିଛି ଚମତ୍କାର ଘଟେ ତେବେ ପାକିସ୍ତାନ ପାଇଁ ସେମିଫାଇନାଲ ଖେଳିବାର ସୁଯୋଗ ସୃଷ୍ଟି ହେବାର ଆଶା ରହିଛି।

Share