Categories: ଖେଳ

ଛକା ମାରିବାରୁ ବ୍ୟାଟରଙ୍କ ଉପରକୁ ଫୋପାଡ଼ିଲେ ବଲ

ଢାକା,୨୦।୧୧: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ ଆହତ ହୋଇଛନ୍ତି। ହେଲେ ତାଙ୍କ ଆହତ ହେବାର କାରଣ ସାଧାରଣ ନ ଥିଲା। ମ୍ୟାଚ୍‌ର ୩ୟ ଓଭରରେ ଅଫିଫ ପାକିସ୍ତାନୀ ପେସର ଶାହିନ ଶାହ ଆଫ୍ରିଦୀଙ୍କୁ ଫାଇନ ଲେଗ୍‌ ଅଞ୍ଚଳରେ ଛକା ଲଗାଇଥିଲେ। ଏହାର ପରବର୍ତ୍ତୀ ବଲରେ ସେ ଡିଫେନ୍ସିଭ ଶଟ୍‌ ଖେଳିଥିଲେ। କିନ୍ତୁ ଛକା ରାଗ ସୁଜାଇବା ପାଇଁ ଶାହିନ ଫଲୋଥ୍ରୁରେ ବଲ ଧରି ଡାଇରେକ୍ଟ ଫୋପାଡ଼ିଥିଲେ ଅଫିଫଙ୍କ ଉପରକୁ। ବର୍ତ୍ତିବା ପାଇଁ ବ୍ୟାଟର ବୁଲି ଯାଇଥିଲେ। ମାତ୍ର ବଲ ତାଙ୍କ ଡାହାଣ ଗୋଡ଼ର ଗୋଇଠିରେ ବାଜିଥିଲା। ଫଳରେ ତଳେ ପଡ଼ିଯାଇଥିଲେ ବାଲାଂଦେଶର ୨୨ ବର୍ଷୀୟ ବ୍ୟାଟର। ତାଙ୍କ ନିକଟକୁ ଯାଇ ନିଜ ବ୍ୟବହାର ପାଇଁ କ୍ଷମା ମାଗିଥିଲେ ଆଫ୍ରିଦୀ। ଏହି ଘଟଣା ପରେ ବାମହାତୀ ବ୍ୟାଟର ବ୍ୟାଟିଂ ଜାରି ରଖି ସେ ୨୦ ରନ୍‌ ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇଥିଲେ। ତେବେ ଆଫ୍ରିଦୀଙ୍କୁ ତାଙ୍କ ବ୍ୟବହାର ଲାଗି ସୋସିଆଲ ମିଡିଆରେ ଖୁବ୍‌ ସମାଲୋଚିତ ହେବାକୁ ପଡ଼ିଛି।

Share