ଭାରତକୁ ପାକିସ୍ତାର ସମବେଦନା

ଇସ୍‌ଲାମାବାଦ,୧୪।୪: ଭାରତରେ ଭୟଙ୍କର ଭାବେ କରୋନା ଭୂତାଣୁ ସଂକ୍ରମଣ ଓ ଏଥିଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ପଡ଼ୋଶୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସମଗ୍ର ବିଶ୍ୱକୁ ସଙ୍କଟରେ ପକାଇଥିବା କେରୋନା ଭୂତାଣୁ ବିରୋଧରେ ଏକାଠି ହୋଇ ଲଢ଼ିବା ବୋଲି ଇମ୍ରାନ କହିଛନ୍ତି। ଚିକିତ୍ସାଧୀନ ଥିବା ଆକ୍ରାନ୍ତ ଶୀଘ୍ର ସୁସ୍ଥ ହେବାକୁ ପ୍ରାର୍ଥନା କରୁଛୁ ବୋଲି ସେ ଟୁଇଟ୍‌ କରିଛନ୍ତି। ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କ୍ୟୁରେଶି ମଧ୍ୟ ଭାରତକୁ ସମବେଦନା ଜଣାଇଛନ୍ତି। ଏଭଳି ମାନବସଙ୍କଟ ସମୟରେ ସଭିଏଁ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଏକାଠି ହୋଇ ଲଢ଼ିବାକୁ ସେ ଆହ୍ବାନ ଦେଇଛନ୍ତି।

Share