ପାକିସ୍ତାନର ୨ ଦ୍ୱୀପ ଚାଇନା କବ୍‌ଜାରେ

ଇସଲାମାବାଦ, ୧୭।୧୦: ଭାରତକୁ ଘେରିବା ଲାଗି ଉଦ୍ୟମ କରୁଥିବା ପାକିସ୍ତାନକୁ ଚାଇନା ଉଚିତ ଶିକ୍ଷା ଦେଇଛି। ବନ୍ଧୁର ମୁଖାପିନ୍ଧି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ସହାୟତାରେ ପାକିସ୍ତାନର ୨ ଦ୍ୱୀପ ଉପରେ ଚାଇନା କବ୍‌ଜା କରିଛି। ଦ୍ୱୀପ ହସ୍ତାନ୍ତର ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ବୀ ହସ୍ତାକ୍ଷର କରି ଅନୁମତି ଦେଇଛନ୍ତି। ଏବେ ପାକିସ୍ତାନର ବୁନ୍ଦଲ ଏବଂ ବୁଡୁ ଦ୍ୱୀପର ବିକାଶ କାର୍ଯ୍ୟ ଚାଇନା ଦ୍ୱାରା କରାଯିବ। ଚାଇନା-ପାକିସ୍ତାନ ଆର୍ଥିକ କୋରିଡୋର ଅନ୍ତର୍ଗତ ଏହା ସମ୍ପନ୍ନ ହେବ। ଇମ୍ରାନ୍‌ ସରକାର ପାକିସ୍ତାନ ଦ୍ୱୀପ ବିକାଶ ପ୍ରାଧିକରଣ(ପିଆଇଡିଏ)ର ଅଧ୍ୟାଦେଶ ଜାରି କରି ଏଭଳି କରିଥିବା କୁହାଯାଉଛି। ଏହାକୁ ବିରୋଧୀଗୁଡ଼ିକ ଦଳ ପକ୍ଷରୁ ବିରୋଧ କରାଯାଇଛି। ଦକ୍ଷିଣ କରାଚିର ସିନ୍ଧୁ ପ୍ରଦେଶରେ ଲମ୍ବା ସମୁଦ୍ର ଉପକୂଳରେ ଏହି ଦ୍ୱୀପ ୨ଟ ରହିଛି। କୌଣସି ପ୍ରକାରେ ପାକିସ୍ତାନ ଜମିକୁ ଚାଇନାକୁ ବିକ୍ରି କରାଯିବ ନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ପାକିସ୍ତାନର ଏଭଳି କାର୍ଯ୍ୟ ଦ୍ୱାରା ଦକ୍ଷିଣ ଏସିଆ ସମୁଦ୍ରରେ ଚାଇନା ବିପଦ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଥିବା ନେଇ ଚର୍ଚ୍ଚା ହେଉଛି।

Share