Categories: ଜାତୀୟ

ଭାରତ ଲୋକ ସଭା ନିର୍ବାଚନର ଲାଇଭ୍‌ ଅପ୍‌ଡେଟ୍‌ ଦେଉଛି ପାକିସ୍ତାନ ଗଣମାଧ୍ୟମ

ନୂଆଦିଲ୍ଲୀ,୧୮।୪: ଭାରତରେ ହେଉଥିବା ଲୋକ ସଭା ନିର୍ବାଚନକୁ ନେଇ ବିଶ୍ୱର ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଆଗ୍ରହ ଖୁବ୍‌ ଅଧିକ ଥିବା ପରିଲକ୍ଷିତ ହୋଇଛି। କାରଣ ପାକିସ୍ତାନ ଗଣମାଧ୍ୟମରେ ଲଗାତାର ଭାବେ ଲୋକ ସଭା ନିର୍ବାଚନର ଟିକିନିଖି ଖବର ପ୍ରଚାର ପ୍ରସାର ହେଉଛି। କେବଳ ସେତିକି ନୁହେଁ ପାକିସ୍ତାନର ପ୍ରତିଷ୍ଠିତ ଇଂରାଜି ଖବର କାଗଜ ଡନ୍‌ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଲାଇଭ୍‌ ଅପଡେଟ୍‌ ମଧ୍ୟ ଦେଉଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ପାକିସ୍ତାନ ଗଣମାଧ୍ୟମରେ ଭାରତ ଲୋକ ସଭା ନିର୍ବାଚନର ଲାଇଭ୍‌ ଅପଡେଟ୍‌ ଦେଉଥିଲା। ହେଲେ ଏହା ପଛର କାରଣ କ’ଣ ତାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ। କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ଯାହାକୁ ନେଇ ପ୍ରଶ୍ନ ଉଠିଥିଲା। ଏଥର ମଧ୍ୟ ନିର୍ବାଚନକୁ ନେଇ ଇମ୍ରାନ ସମ ପରିମାଣର ଆଗ୍ରହ ଦେଖାଉଥିବାରୁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share