ପ୍ରେମିକଙ୍କ ହାତ ଧରିଲେ ଗାୟିକା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟିକା ପଲକ ମୁଚ୍ଛଲ। ଦୀର୍ଘଦିନର ପ୍ରେମିକ ମିଥୁନଙ୍କ ହାତ ଧରିଛନ୍ତି ସେ। ନିଜ ଜୀବନର ଏହି ଖାସ୍‌ ଉତ୍ସବରେ ପଲକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସେହିଭଳି ମିଥୁନ ଅଫ୍‌ ହ୍ବାଇଟ୍‌ ରଙ୍ଗର ଶେରଓ୍ବାନୀ ପିନ୍ଧୁଥିଲେ। ଏବେ ଉଭୟଙ୍କ ବିବାହ ଫଟୋ ବେଶ ଭାଇରାଲ ହେଉଛି। ଫଟୋଗୁଡ଼ିକରେ ଉଭୟଙ୍କର ଖୁସି ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ବିବାହ ପରେ ପଲକ ଏବଂ ମିଥୁନ ବମ୍ବେରେ ଭବ୍ୟ ପାର୍ଟିର ଆୟୋଜନ କରିଛନ୍ତି। ଏଥିରେ ସଙ୍ଗୀତଜଗତ ସହ ବଲିଉଡ ଏବଂ ଟେଲି ପରଦାର ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି।

Share