ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇଲେ ପଲକ, କହିଲେ…

ମୁମ୍ବାଇ: ‘ବିଜଲି ବିଜଲି’ ଗୀତ ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହି ଆସିଥିବା ପଲକ ତିଓ୍ବାରୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ମା’ ତଥା ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ପରି ସୁନ୍ଦର ଏବଂ ଦକ୍ଷ। ତାଙ୍କୁ କିଛି ସମୟ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ୍‌ଙ୍କ ସହ ଦେଖିବାକୁ ମିଳିଛି। ଉଭୟେ କାର୍‌ରୁ ଓହ୍ଲାଇଥିବାର ନଜର ଆସିଛନ୍ତି।
ଏହା ପରେ ପଲକ ନିଜକୁ ମିଡିଆ ଆଖିରୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଫଟୋଗ୍ରାଫର ତାଙ୍କୁ ମୁହଁ ଲୁଚାଇଥିବାର ଦେଖିଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ କ୍ଲିକ୍‌ କରିଥିଲେ। ଇବ୍ରାହିମଙ୍କ ସହ ତାଙ୍କର ସମ୍ପର୍କ କ’ଣ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜାଣିପାରୁନାହାନ୍ତି। ତେବେ ପଲକ କାହିଁକି କ୍ୟାମେରାକୁ ଦେଖି ମୁହଁ ଲୁଚାଉଥିଲେ ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

ଏକ ସାକ୍ଷାତକାରରେ ପଲକ କହିଛନ୍ତି, ଏହା କେବଳ ଏକ କାଜୁଆଲ ମିଟିଂ, ଯାହାକୁ ମୁଁ ଅଧିକ ଗୁରୁତ୍ୱ ଦେଇନାହିଁ। ସେ ସ୍ପଷ୍ଟ ଭାବରେ କହିଛନ୍ତି, ସେମାନେ କେବଳ ବନ୍ଧୁ। ସେମାନେ ଏକାଠି ବାହାରକୁ ଯାଇଥିବା ବେଳେ ଫଟୋଗ୍ରାଫରମାନେ ତାଙ୍କୁ ଦେଖିଥିଲେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମୁହଁ ଲୁଚାଇବାର କାରଣ ହେଲା ତାଙ୍କ ମା’ ଶ୍ୱେତାଙ୍କୁ ସେ କହି ବାହାରକୁ ଯାଇ ନ ଥିଲେ। ତେଣୁ ମା’ଙ୍କୁ ଡରି ଏପରି ମୁହଁ ଲୁଚାଇଥିଲେ।

Share