ଝିଅ ପ୍ରେମରେ ନ ପଡ଼ିବା ପାଇଁ ଏମିତି କାମ କରୁଥିଲେ ଶ୍ୱେତା ତିଓ୍ବାରୀ

ଟିଭି ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ଶ୍ୱେତା ତିୱାରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଅଭିନୟରେ ସେ ଯେତିକି ଗମ୍ଭୀର ବ୍ୟକ୍ତିଗତ ଜୀବନରେ ମଧ୍ୟରେ ସେ ସେତିକି ଧୈର୍ଯ୍ୟଶୀଳ। ଝିଅ ପଲକ ଏବଂ ପୁଅ ରେୟାନ୍ସକୁ ମଧ୍ୟ ଶ୍ୱେତା ସିଙ୍ଗଲ୍‌ ମଦର୍‌ ଭାବେ ଭଲ ସଂସ୍କାର ଦେଇ ଲାଳନପାଳନ କରୁଛନ୍ତି। ପଲକ ଏବେ ବଲିଉଡ୍‌ରେ ପାଦ ଦେଇଛନ୍ତି। ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନରେ ଦେଖିବାକୁ ମିଳିଥିଲା। ନିକଟରେ ଏକ ସାକ୍ଷାତକାରରେ ପଲକ ନିଜ ମା’ଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ମା’ ମୋ ଟିନ୍‌ ଇୟର୍ସକୁ ଖରାପ କରିଦେଇଛନ୍ତି। ମୋର ସବୁଠୁ ବଡ ସମସ୍ୟା ହେଲା ମୁଁ ବହୁତ ମିଛ କହୁଥିଲି ଏବଂ ସହଜରେ ଧରା ପଡିଯାଉଥିଲି। ମା’ ମୋତେ ଗାଳି କରୁଥିଲେ। ୧୫-୧୬ ବର୍ଷ ବୟସରେ ମୋର ପ୍ରେମିକ ଥିଲେ। ସେମାନଙ୍କ ସହ ମଲ ଯାଉଥିଲି। ଥରେ ମା’ଙ୍କୁ ତଳ ମହଲାକୁ ଯାଉଛି କହି ମଲ୍‌ ପଳାଇଥିଲି। ମା’ ସେତେବେଳେ ସହରରେ ନ ଥିଲେ। ତେଣୁ ମୁଁ ଭାବିଲି ସେମାନେ ଜାଣିବେ ନାହିଁ। କିନ୍ତୁ ମୁଁ ମଲକୁ ଯିବା ମା’ ଜାଣି ଦେଇଥିଲେ। ସେ ରାଗରେ ଗାଁକୁ ପଠାଇଦେବେ ବୋଲି କହିଲେ। ସେ ସବୁବେଳେ ମୋ କେଶ କାଟିଦେଉଥିଲେ। ଏହାଦ୍ୱାରା ମୁଁ ଅସୁନ୍ଦର ଦେଖାଯିବି ଏବଂ କେହି ମୋ ସହ ଡେଟ୍‌ କରିବେ ନାହିଁ।
ପଲକ ଖୁବଶୀଘ୍ର ସଞ୍ଜୟ ଦି ଭର୍ଜିନ ଟ୍ରି ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ସନ୍ନି ସିଂ ଏବଂ ମୌନି ରୟ ନଜର ଆସିବେ।

Share