ପାଳଙ୍ଗ ତଡ଼କା

ରୋଷେଇ ସାମଗ୍ରୀ:-ପାଳଙ୍ଗ ଶାଗ- ୧ବିଡା, ବିରି ଡାଲି- ୧୦୦ଗ୍ରାମ୍‌, ଆଳୁ- ୨ଟି, ରସୁଣ- ୪କୋଲା, ଶୁଖିଲା ଲଙ୍କା- ୪ଟି, ଚାଟ୍‌ ମସଲା- ୧ଚାମଚ, ତେଲ- ୨ଚାମଚ, ଲୁଣ ଓ ହଳଦୀ ସ୍ବାଦ ଅନୁସାରେ।
ପ୍ରଣାଳୀ:-ପ୍ରଥମେ ବିରି ଡାଲିକୁ ଭାଜି ପାଣି, ଲୁଣ, ହଳଦୀ ଦେଇ ପ୍ରେସରରେ ସିଝାନ୍ତୁ। ପାଳଙ୍ଗ ଶାଗକୁ ଧୋଇକରି ଏକ ପାତ୍ରରେ ରଖନ୍ତୁ। ଏହାକୁ ଚୂନ୍‌ଚୂନ୍‌ କରି କାଟି ଦିଅନ୍ତୁ। ଆଳୁରୁ ଚୋପା ଛଡ଼ାଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ରସୁଣ ଓ ଲଙ୍କା ଭଲଭାବରେ ବାଟି ମସଲା ପ୍ରସ୍ତୁତ କରନ୍ତୁ। କଡେଇରେ ଦୁଇ ଚାମଚ ତେଲ ଗରମ କରନ୍ତୁ। ସେଥିରେ ବଟା ମସଲା ପକାଇ ଲୁଣ ଓ ହଳଦୀ ପକାଇ ମିଶାନ୍ତୁ। ଏହାପରେ ସେଥିରେ ଆଳୁ ପକାଇ ଭାଜନ୍ତୁ। ଆଳୁ ଅଧା ସିଝିଗଲେ ସେଥିରେ ପୂର୍ବରୁ ସିଝେଇଥିବା ଡାଲି ଓ କଟା ହୋଇଥିବା ଶାଗ ପକେଇ ଫୁଟେଇ ଦେବେ। ସିଝିଗଲା ପରେ ସେଥିରେ କିଛି ଚାଟ୍‌ ମସଲା ପକାଇ ଫୁଟିବାକୁ ଛାଡିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପାଳଙ୍ଗ ତଡକା। ଅନ୍ୟ ଡାଲିରେ ମଧ୍ୟ ଏହି ତରକାରୀ କରିପାରିବେ।