Categories: ଜାତୀୟ

ପାଲାନିସାମି ଏଆଇଏଡିଏମ୍‌କେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୭।୧୦: ଆସନ୍ତା ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍‌କେ ପକ୍ଷରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ. ପାଲାନିସାମିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବୁଧବାର ଉପମୁଖ୍ୟ ମନ୍ତ୍ରୀ ଓ.ପନିରସେଲଭାମ୍‌ ସୂଚନା ଦେଇଛନ୍ତି। ଏହାଦ୍ୱାରା ଗତ ଏକ ସପ୍ତାହ ଧରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଜାରି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଏହା ସହିତ ୧୧ ଜଣିଆ ଷ୍ଟିୟରିଂ କମିଟିର ମଧ୍ୟ ଘୋଷଣା କରାଯାଇଛି। କମିଟିରେ ପାଲାନିସାମିଙ୍କର ୬ଜଣ ଆନୁଗତ୍ୟ ରହିଛନ୍ତି। ଅପରପକ୍ଷରେ ପନିରସେଲଭାମ୍‌ଙ୍କର ୫ ଜଣ ନିକଟତମଙ୍କୁ କମିଟିରେ ସ୍ଥାନ ମିଳିଛି। ଆୟୋଜିତ ଏକ ଗଣମାଧ୍ୟମ ପ୍ରତିନିଧି ସମ୍ମିଳନୀରେ ପନିରସେଲଭାମ୍‌ ଏସମ୍ପର୍କିତ ସୂଚନା ଦେଇଛନ୍ତି।

Share