ଗାଜାରେ ମିଳୁନି ପାନୀୟ ଜଳ

ତେଲ ଆଭିବ,୧୬।୧୦:  ଇସ୍ରାଏଲ ଦ୍ୱାରା ଗାଜା ଷ୍ଟ୍ରିପରେ ବିଦ୍ୟୁତ ଓ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ଏହି କାରଣରୁ ଗାଜାର ଲୋକମାନେ ପାନୀୟ ଜଳର ଅଭାବର ସମ୍ମୁଖୀନ ହେଉଛନ୍ତି। ଗାଜାରେ ରହୁଥିବା ଅହମ୍ମଦ ହମିଦ (୪୩) ନିଜ ପତ୍ନୀ ଏବଂ ସାତ ପିଲାଙ୍କ ସହ ଗାଜା ଛାଡି ଇଜିପ୍ଟ-ଗାଜା ସୀମାରେ ଅବସ୍ଥିତ ରାଫା ଅଭିମୁଖେ ଯାଉଛନ୍ତି। ଅହମ୍ମଦ ହମିଦ କହିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ସଦସ୍ୟ ଅନେକ ଦିନ ଧରି ଗାଧୋଇ ନାହାଁନ୍ତି। ଏପରିକି ଶୌଚାଳୟକୁ ଯିବାକୁ ହେଲେ ଆମକୁ ଧାଡିରେ ଛିଡା ହେବାକୁ ପଡିବ।
ଅହମ୍ମଦ ହମିଦ କହିଛନ୍ତି ଯେ ଗାଜାରେ ଖାଦ୍ୟ ନାହିଁ ଏବଂ ଦୋକାନରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଖୁବ ମହଙ୍ଗା ହୋଇପଡିଛି। ମୋତେ ଲାଗୁଛି ଯେ ମୁଁ ଏକ ବୋଝ ଏବଂ ମୁଁ କିଛି କରିବାକୁ ସକ୍ଷମ ନୁହେଁ। ସୂଚନାଯୋଗ୍ୟ, ଇସ୍ରାଏଲ ଉତ୍ତର ଗାଜାର ଲୋକଙ୍କୁ ଏହି ଅଞ୍ଚଳ ଖାଲି କରି ଦକ୍ଷିଣ ଆଡକୁ ଯିବାକୁ ଏକ ଅଲ୍ଟିମେଟମ ଦେଇଛି। ଏହି କାରଣ ଯୋଗୁ ଉତ୍ତର ଗାଜାରୁ ଦକ୍ଷିଣକୁ ବହୁ ସଂଖ୍ୟାରେ ଲୋକ ସ୍ଥାନାନ୍ତରଣ ହେଉଛନ୍ତି। ମିଳିତ ଜାତିସଂଘ କହିଛି ଯେ ପ୍ରାୟ ଏକ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜା ଛାଡି ପଳାଉଥିବା ଅନ୍ୟ ଜଣେ ମହିଳା କହିଛନ୍ତି, ସେ ବହୁତ ଲଜ୍ଜା ଅନୁଭବ କରୁଛନ୍ତି ଏବଂ ଏକ ଶରଣାର୍ଥୀ ଶିବିର ଖୋଜୁଛନ୍ତି। ଆମର କୌଣସି ପୋଷାକ ନାହିଁ ଏବଂ ଆମ ପାଖରେ ଥିବା ପୋଷାକ ବହୁତ ମଇଳା ହୋଇଯାଇଛି। ପୋଷାକ ଧୋଇବା ପାଇଁ ପାଣି ନାହିଁ। ବିଦ୍ୟୁତ, ଜଳ କିମ୍ବା ଇଣ୍ଟରନେଟ ନାହିଁ। ଏହା ଅନୁଭବ କରୁଛି ଯେ ମୋର ମାନବିକତା ଶେଷ ହେଉଛି।

Share