ଇସ୍ରାଏଲ ଟାର୍ଗେଟରେ ପାଲେଷ୍ଟାଇନ ଲାଡେନ…

ଜେରୁଜେଲମ,୧୫।୧୦ : (୦୧) ପାଲେଷ୍ଟାଇନର ଓସାମା ବିନ ଲାଦେନ ଭାବରେ ବର୍ଣ୍ଣିତ ହମାସର ସର୍ବୋଚ୍ଚ କମାଣ୍ଡର ୟାହିୟା ସିନୱାରଙ୍କୁ ଖୋଜିବା ଏବଂ ହତ୍ୟା କରିବାକୁ ଇସ୍ରାଏଲ ସେନା ପ୍ରତିଜ୍ଞା କରିଛି। ଆମେରିକା ଦ୍ୱାରା ନାମିତ ତଆତଙ୍କବାଦୀ ସିନୱାର ଗାଜା ଷ୍ଟ୍ରିପରେ ହମାସର ବର୍ତ୍ତମାନର ମୁଖ୍ୟ। ୬୦ବର୍ଷୀୟ ହମାସ ନେତାଙ୍କୁ ଅତୀତରେ ଇସ୍ରାଏଲ ଅନେକ ଥର ଗିରଫ କରିଥିଲା ଏବଂ ସେ ୨୪ ବର୍ଷ ଇସ୍ରାଏଲ ଜେଲରେ ବିତାଇଥିଲେ। ୨୦୧୧ ମସିହାରେ ଇସ୍ରାଏଲ ସୈନିକ ଗିଲାଦ ଶାଲିତଙ୍କ ବଦଳରେ କଏଦୀ ଅଦଳବଦଳର ଏକ ଅଂଶ ଭାବରେ ୟାହିୟା ସିନୱାରଙ୍କୁ ମୁକ୍ତ କରାଯାଇଥିଲା।

ଅକ୍ଟୋବର ୭ ଆକ୍ରମଣରେ ୧,୩୦୦ ଇସ୍ରାଏଲ ନାଗରିକଙ୍କୁ ହତ୍ୟା ପାଇଁ ତାଙ୍କୁ ଦାୟୀ କରାଯାଇଛି। ୧୯୭୩ରେ ୟୋମ କିପୁର ଯୁଦ୍ଧ ପରଠାରୁ ଇସ୍ରାଏଲ ଉପରେ ହମାସର ଏହି ଆକ୍ରମଣ ସବୁଠାରୁ ଭୟଙ୍କର ବିବେଚନା କରାଯାଉଛି। ଇସ୍ରାଏଲ ଆର୍ମି ଲୁଟନାଟ କଲୋନେଲ ରିଚାର୍ଡ ହେଚଟ କହିଛନ୍ତି, ସିନୱାର୍‌ ଜଣେ ବିପଜ୍ଜନକ ଆତଙ୍କବାଦୀ। ଇସ୍ରାଏଲ ଉପରେ ହମାସଙ୍କ ଆକ୍ରମଣ ପଛରେ ସେ ମାଷ୍ଟରମାଇଣ୍ଡ ବୋଲି ବ୍ରିଟେନର ଡେଲି ମେଲ କହିଛି।

ୟାହିୟା ସିନୱାରଙ୍କ ବ୍ୟତୀତ ଇସ୍ରାଏଲର ସୁରକ୍ଷା ବାହିନୀ କତାରର ଏକ ବେସରୁ ରାଜନୈତିକ ବ୍ୟୁରୋର ତଦାରଖ କରୁଥିବା ହମାସର ରାଜନ ନୈତିକ ୱିଙ୍ଗର ମୁଖ୍ୟ ଇସମାଇଲ ହନିହେଙ୍କୁ ମଧ୍ୟ ଖୋଜୁଛନ୍ତି। ଏକାଧିକ ଏଜେନ୍ସି ରିପୋର୍ଟରେ କୁହାଯାଇଛି କେବଳ ଦୁଇଜଣ ହାତଗଣତି ନେତା, ଉପରୋକ୍ତ ଦୁଇଜଣ ଇସ୍ରାଏଲ ବିରୋଧରେ ଗତ ସପ୍ତାହରେ ହୋଇଥିବା ଅପରେଶନ ବିଷୟରେ ଅବଗତ ଥିଲେ। ଗତ ସପ୍ତାହରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଦୁଇ ବର୍ଷ ପ୍ରସ୍ତୁତି ପରେ ହମାସ ଦ୍ୱାରା କରାଯାଇଥିଲା।

Share