
ପାଲଲହଡ଼ା,୨୯ା୩(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ଓକିଲ ସଂଘର ସାଧାରଣ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଭାବେ ମନୋରଞ୍ଜନ ପାଳ, ଉପସଭାପତି ଭାବେ ସରୋଜ କୁମାର ମାହାନ୍ତି, ସମ୍ପାଦକ ଭାବେ ରଶ୍ମିରଞ୍ଜନ ପଟ୍ଟନାୟକ ଓ ସହ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ସାମଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମାନସ ରଞ୍ଜନ ଭଞ୍ଜ ନିର୍ବାଚନ ଅଫିସର ଭାବେ ଦାୟିତ୍ୱ ତୁଲାଇଥିଲେ।