ତାଳ, ହେନ୍ତାଳ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବ

ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଚଳିତ ମୌସୁମୀ ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ଆଶଙ୍କା ରହିଛି ବୋଲି ସରକାରୀ ସ୍ତରରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କୁହାଯାଇଛି। ବିଶେଷକରି ଚଳିତବର୍ଷରେ ପ୍ରଶାନ୍ତ ମହାସାଗର ପାର୍ଶ୍ୱରୁ ସ୍ଥଳ ଭାଗକୁ ଅତ୍ୟଧିକ ଲୁ ପବନ ବା ଗରମ ପ୍ରବାହ ଯୋଗୁ ସ୍ଥଳଭାଗରେ ଗରମ ପ୍ରବାହ ହୋଇଥିଲା। ଫଳରେ ବଙ୍ଗୋପସାଗର ଉପକୂଳବର୍ତ୍ତୀ ସ୍ଥଳଭାଗ ପୂର୍ବ ଅଞ୍ଚଳଗୁଡ଼ିକରେ ୪୦ ଡିଗ୍ରୀରୁ ଅଧିକ ଓ ଗଡ଼ଜାତ ଅଞ୍ଚଳରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ଉତ୍ତାପ ହୋଇଥିବା ରେକର୍ଡ ସୃଷ୍ଟି କରିଛି। ଆଗାମୀଦିନରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହା ହେଲେ ଜନଜୀବନ ପ୍ରତି ଘୋର ବିପଦ ସୃଷ୍ଟି କରିବ ବୋଲି ପାଣିପାଗ ବିଜ୍ଞାନୀ ଓ ପରିବେଶ ପ୍ରେମୀ ଆଶଙ୍କା ପ୍ରକାଶ କରିଛନ୍ତ। ଚଳିତବର୍ଷ ମୌସୁମୀ ବର୍ଷାଋତୁ ପୂର୍ବରୁ ଏପ୍ରିଲ, ମେ ଓ ଜୁନ୍‌ରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳ ଜିଲାଠାରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ଭୟଙ୍କର ଭାବେ ବଜ୍ରପାତ ଦ୍ୱାରା ଜନଜୀବନ ପ୍ରତି ବିପଦ ଦେଖାଦେଇଥିଲା। ଏହି ଘଟଣା ପାଣିପାଗ ବିଜ୍ଞାନୀମାନଙ୍କ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅପରପକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ବଜ୍ରପାତକୁ ପ୍ରତିହତ କରିବ ତାଳ ଓ ହେନ୍ତାଳ ବଣ। ଏହି ବୃକ୍ଷ ସାମୁଦ୍ରିକ ଝଡ଼ବାତ୍ୟାର ୩ ଶହ କି.ମି. ପବନକୁ ପ୍ରତିରୋଧ କରିପାରିବ ବୋଲି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ମାହାଳି ନଦୀକୂଳ, ସରକାରୀ ଜମି ବନ୍ଧ ବାଡ଼ରେ ଶୁଖିଲା ତାଳ ମଞ୍ଜି ବୁଣି ଅନେକ ଗଛ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। ଅଞ୍ଚଳରେ ପରିବେଶ ସୁରକ୍ଷା ଲାଗି ତାଙ୍କର ଏହା ମହତ୍‌ ଉଦ୍ଦେଶ୍ୟ ଥିଲା। ବ୍ଲକର ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳ, ଗୋବରୀ ନଦୀ, ଲୁଣା ନଦୀ ଓ ଗୁପ୍ତଗିରି ନଦୀ କୂଳରେ ବହୁଳ ପରିମାଣରେ ଲୁଣା ଜଙ୍ଗଲ ଓ ହେନ୍ତାଳ ବଣ ସୃଷ୍ଟି କରାଯାଉଛି ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। କାରଣ ଏହି ତାଳ ଓ ହେନ୍ତାଳ ଗଛ ତନ୍ତୁ ଜାତୀୟ ବା ଚେରୁଆ ଗଛ ହୋଇଥିବାରୁ ସାମୁଦ୍ରିକ ଝଡ଼ବାତ୍ୟାର ପବନ ସହଜରେ କ୍ଷତି କରିପାରେ ନାହିଁ ବୋଲି ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି।
ଏହି ଅଞ୍ଚଳର କଂସାରଡିଆ, କଣ୍ଟିଲୋ, ହେଟାମୁଣ୍ଡିଆ, ଭିତରେ ଖରିନାସୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବହୁଳ ପରିମାଣରେ ଲୁଣା ଜାତୀୟ ଗଛ ସହ ହେନ୍ତାଳବଣ ସୃଷ୍ଟି ହୋଇଛି। ଫଳରେ ଏହି ଅଞ୍ଚଳରେ ୧୯୯୯ ମହାବାତ୍ୟାରେ ଏରସମା ଓ ପାରାଦୀପ ଅଞ୍ଚଳରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ମହାକାଳପଡ଼ା, ଜମ୍ବୁ, ସୁନିତି ଆଦି ଅଞ୍ଚଳରେ ଅପେକ୍ଷାକୃତ କମ୍‌ ଜୀବନହାନି ହୋଇଥିଲା। ସରକାରୀ, ବେସରକାରୀ ସ୍ତରରେ ସହଯୋଗ ରହିଲେ ଏହି ଅଞ୍ଚଳର ବାଡ଼ିବଗିଚା ଓ ନଦୀବନ୍ଧଗୁଡ଼ିକରେ ପ୍ରଚୁର ପରିମାଣରେ ତାଳ ଚାରା ରୋପଣ କରାଯିବ ବୋଲି ମାହାଳି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri