ପାମ୍‌ ଅଏଲ୍‌ ରପ୍ତାନୀ ଉପରେ କଟକଣା, ବଢ଼ିଲା ଭାରତର ଚିନ୍ତା…

ଜାକର୍ତ୍ତା/ନୂଆଦିଲ୍ଲୀ, ୨୩।୪ : ପାମ୍‌ ତେଲ ଉତ୍ପାଦନ କ୍ଷେତ୍ରରେ ଇଣ୍ଡୋନେସିଆ ବିଶ୍ୱର ଶୀର୍ଷରେ ରହିଛି। ଏହା ସତ୍ତ୍ୱେ ଦେଶରେ ପାମ୍‌ ତେଲ ସଙ୍କଟ ଦେଇଛି। ଇଣ୍ଡୋନେସିଆରେ ଘରୋଇ ଖାଇବା ତେଲର ମୂଲ୍ୟ ପୂର୍ବରୁ ବୃଦ୍ଧି ପାଇଥିବା ବେଳେ ଏବେ ମଧ୍ୟ ଏହା ଜାରି ରହିଛି। ପାମ୍‌ ତେଲର ଘରୋଇ ମୂଲ୍ୟକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ ସରକାର ୨୮ ଏପ୍ରିଲରୁ ପାମ୍‌ ତେଲ ରପ୍ତାନି ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି ଯେ ପାମ୍‌ ତେଲ ରପ୍ତାନି ନୀତି ଉପରେ ନିଷେଧାଦେଶର ମୂଳ ଉଦ୍ଦେଶ୍ୟ ହେଉଛି ଘରେ ଖାଦ୍ୟ ପଦାର୍ଥର ଉପଲବ୍ଧତା ନିଶ୍ଚିତ କରିବା। ମୁଁ ଏହି ନୀତିର କାର୍ଯ୍ୟକାରିତା ଉପରେ ନଜର ରଖିବି ଏବଂ ମୂଲ୍ୟାଙ୍କନ କରିବି ଯାହା ଦ୍ୱରା ଘରୋଇ ବଜାରରେ ପାମ୍‌ ତେଲର ଉପଲବ୍ଧତା ହେବା ସହିତ ଏହା ସୁଲଭ ହୋଇପାରିବ।

ସୋଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ ଇଣ୍ଡିଆ ବାଣିଜ୍ୟ ସଂସ୍ଥାର ସଭାପତି ଅତୁଲ ଚତୁର୍ବେଦୀ ବେକହିଛନ୍ତି ଯେ ଏହି ପଦକ୍ଷେପ ଦୁର୍ଭାଗ୍ୟଜନକ ଏବଂ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। ଇଣ୍ଡୋନେସିଆର ଏହି ଘୋଷଣା ଦ୍ୱାରା ବିଶ୍ୱସ୍ତରରେ ଶ୍ରେଷ୍ଠ ପାମ୍‌ ତେଲ କ୍ରେତା ଭାରତର ଗ୍ରାହକମାନଙ୍କର ହେବ। ଏହାପୂର୍ବରୁ ଜାନୁଆରୀ ୨୦୨୨ରେ ଇଣ୍ଡୋନେସିଆ ପାମ୍‌ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଯଦିଓ ମାର୍ଚ୍ଚରେ ଏହି ପ୍ରତିବନ୍ଧକ ହଟାଯାଇଥିଲା।

ଏହି ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କମ୍ପାନୀମାନଙ୍କୁ ଆମଦାନୀକୁ ରୋକିବା ଏବଂ ଦେଶରେ ଉତ୍ପାଦିତ ତୈଳବୀଜ କିଣିବା ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି।

Share