ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…
* ଘରର ବାସ୍ତୁଦୋଷ ଦୂର କରିବାକୁ ଐଶାନ୍ୟ କୋଣରେ କଳସ ସ୍ଥାପନ କରିପାରିବେ। କୁହାଯାଏ, କଳସ ହେଉଛନ୍ତି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କର ଏକ ସ୍ବରୂପ। ତେଣୁ କଳସ ସ୍ଥାପନା କଲେ ଘରର ପରିସ୍ଥିତିରେ ଅନେକ ସୂଧାର ଆସିଥାଏ ବୋଲି ବିଶ୍ୱାସ ରହିଛି।
* ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଶୁଭଫଳ ଦେଇଥାଏ। ଧ୍ୟାନ ରଖିବେ ଏହି ସ୍ବସ୍ତିକ ଚିହ୍ନ ଯେପରି ୯ ଆଙ୍ଗୁଳି ଲମ୍ବା ଓ ୯ ଆଙ୍ଗୁଳି ଚଉଡ଼ା ବିଶିଷ୍ଟ ହେଉଥିବ। କୁହାଯାଏ, ଏହି ଚିହ୍ନର ପ୍ରଭାବରେ ଘରୁ ନକାରାତ୍ମକ ଊର୍ଜ୍ଜା ହ୍ରାସ ପାଇଥାଏ।
* ବାସ୍ତୁଶାସ୍ତ୍ରରେ ଘୋଡ଼ା ନାଲର ବି ଅନେକ ଗୁରୁତ୍ୱ ରହିଛି। କୁହାଯାଏ, ଏହି ନାଲକୁ ଘରର ମୁଖ୍ୟଦ୍ୱାର ନିକଟରେ ଟଙ୍ଗାଇଲେ ବାସ୍ତୁଦୋଷ ଦୂର ହେବା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
* ଘରର ମୁଖ୍ୟଦ୍ୱାର ଯଦି ଦକ୍ଷିଣ ମୁହାଁ ହୋଇଥାଏ, ତା’ହେଲେ ପ୍ରବେଶ ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇବା ଶୁଭ ହୋଇଥାଏ। ସେହିପରି ପଞ୍ଚଧାତୁରେ ତିଆରି ପିରାମିଡ୍‌କୁ ବି ମୁଖ୍ୟଦ୍ୱାର ନିକଟରେ ରଖିଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।
* ଘରର ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ କୋଣରେ ଝାଡୁ ରଖିପାରିବେ। କିନ୍ତୁ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଅଥବା ପୂଜା ଘରେ ଝାଡୁ ରଖିବା ଆଦୌ ଶୁଭ ନୁହେଁ। ଏହା ବାସ୍ତୁଦୋଷ ଓ ଅଶାନ୍ତିକୁ ଡାକି ଆଣିଥାଏ।