Categories: ଫୁରସତ

ପାନ ବର୍ଗର

ଖାଦ୍ୟ ଉପରେ ନାନା ପ୍ରକାରର ଏକ୍ସପେରିମେଣ୍ଟ କରି ଅଜବ ଅଜବ ପ୍ରକାରର ନୂଆ ଡିସ୍‌ ପ୍ରସ୍ତୁତ କରାଯାଉଥିବା ଶୁଣିଥିବେ । ଏଇ ଯେମିତି ଆଇସ୍‌କ୍ରିମ ରୋଲ, ଚକୋଲେଟ୍‌ ମ୍ୟାଗି, ମସାଲା ଜଲେବି ଆଦି। ସେମିତି ଏକ ଅଜବ ଖାଦ୍ୟ ହେଉଛି ପାନ ବର୍ଗର। ବର୍ଗର ତ ଅନେକଙ୍କୁ ଭଲ ଲାଗେ। ତେବେ ଏହି ବର୍ଗର କେତେଜଣଙ୍କୁ ପସନ୍ଦ ଆସିବ, ଏହାକୁ ଖାଇବା ପରେ ହିଁ ଜଣାପଡିବ। କାରଣ ଏହି ବର୍ଗର ହେଉଛି ପାନ ଓ ବର୍ଗରର କମ୍ବିନେସନ। ପାନ ପତ୍ର ଉପରେ ଚକୋଲେଟ ସିରପ୍‌, କିଟ୍‌କ୍ୟାଟ୍‌, ଗୁଲକନ୍ଦ,ବର୍ଫି, ଆଲମଣ୍ଡ, ମିଠା ଫ୍ଲେଭର୍‌ର ପାନମଧୁରୀ, ଚକୋଲେଟ୍‌ କ୍ରିମ୍‌ ଆଦି ରଖି ତାକୁ ବ୍ରେଡ୍‌ ମଝିରେ ଦିଆଯାଇ ଉକ୍ତ ବର୍ଗର ପ୍ରସ୍ତୁତ କରାଯାଏ। ବର୍ଗର ଉପରେ ଏହି ଏକ୍ସପେରିମେଣ୍ଟକୁ ଅନେକେ ପସନ୍ଦ କରୁ ନ ଥିବା ଏବେ ଦେଖିବାକୁ ମିଳୁଛି।

Share