
ରାଇକିଆ,୧୪।୪,(ପ୍ରଦୀପ ବେହେରା): ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ପାଇଁ କନ୍ଧମାଳ ଜିଲା ରାଇକିଆ ବିଶ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳୁ ବିଭିନ୍ନ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ପରେ ରାଇକିଆ ବସଷ୍ଟାଣ୍ଡଠାରେ ପଣା ବଣ୍ଟନ କରଯାଇଥିଲା। ସୋମବାର ରାଇକିଆ ସାପ୍ତାହିକ ହାଟ ଥିବା ଯୋଗୁ ବଜାର ଭିଡ଼ ଥିବାରୁ ବହୁ ସଂଖ୍ୟାରେ ପଥଚାରୀ, ଯାତ୍ରୀ ପଣା ସେବନ କରିଥିଲେ। ସଂଘ ପକ୍ଷରୁ ସଂଯୋଜକ ଦିପୁ ମହାରଣା, ଜିତେନ୍ଦ୍ର ପଣ୍ଡା, ରାକେଶ ପାଢ଼ୀ, ନାରାୟଣ ଆଚାର୍ଯ୍ୟ, ଚିଣ୍ଟୁ ପାଣିଗ୍ରାହୀ, ବାଦଲ ସାହୁ ଏବଂ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।