Categories: ବାଣିଜ୍ୟ

ପାନାସୋନିକ୍‌ର ନୂଆ ଓଏଲ୍‌ଇଡି ଟିଭି

ଭୁବନେଶ୍ୱର,୩୦।୩: ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ ତଥା ଗୃହୋପକରଣ ଏବଂ ଉପଭୋକ୍ତ ଇଲେଟ୍ରୋନିକ୍ସ କମ୍ପାନୀ ପାନାସୋନିକ୍‌ର ୪କେ ଓଏଲ୍‌ଇଡି ଟିଭି ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀ ତା’ର ନ୍ୟୁ ପାନାସୋନିକ୍‌ ଓଏଲ୍‌ଇଡି ଟିଭିର ବଜାର ପ୍ରବେଶ କରାଇଛି। ଏପରିକି କମ୍ପାନୀ ଓଡ଼ିଶା କ୍ଷେତ୍ର ପକ୍ଷରୁ ନିକଟରେ ସ୍ଥାନୀୟ ବାପୁଜୀନଗରସ୍ଥିତ ରାଜ୍‌ ଇଲେକ୍ଟ୍ରୋନିକ୍ସ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ୪କେ ଓଏଲ୍‌ଇଡି ଟିଭିର ଏଲ୍‌ଜେଡ୍‌୯୫୦ ମଡେଲ ୨ଟି ଓଏଲଇଡିକୁ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ଉକ୍ତ ମଡେଲ ଉଭୟ ୫୫ ଓ ୬୫ ଇଞ୍ଚ ଅତ୍ୟାଧୁନିକ ସ୍କ୍ରିନ୍‌ରେ ଉପଲବ୍ଧ ।

ଏହି ଅବସରରେ କମ୍ପାନୀର ବାଣିଜ୍ୟ ମୁଖ୍ୟ (ଓଡ଼ିଶା ଓ ଛତିଶଗଡ଼) ଦୁର୍ଗେଶ ଶୁକ୍ଲାଙ୍କ ସମେତ କମ୍ପାନୀର ଏରିଆ ମ୍ୟାନେଜର ହର୍ଷ ମିତ୍ତଲ, ମାର୍କେଟିଂ ମ୍ୟାନେଜର ସୋଭିତ ରାଏଜ୍ୟାଦା ଏବଂ ରାଜ୍‌ ଇଲେକ୍ଟ୍ରୋନିକ୍ସର ସ୍ବତ୍ୱାଧିକାରୀ ସନ୍ତୋଷ କୁମାର ବିଶ୍ୱାଳ, ସିଦ୍ଧାର୍ଥ ଶଙ୍କର ବିଶ୍ୱାଳ, ଗୌରବ ବିଶ୍ୱାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଉକ୍ତ ମଡେଲରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ଅତ୍ୟାଧୁନିକ ସୁବିଧା ଓ ବିକ୍ରି ପରବର୍ତ୍ତୀ ସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share