Categories: ଜାତୀୟ

ଆଇୟୁଏମ୍‌ଏଲ୍‌ ମୁଖ୍ୟ ପାନକ୍କଡ଼ ଥଙ୍ଗଲଙ୍କ ପରଲୋକ

କୋଚି,୭।୩: ଇଣ୍ଡିଆନ ୟୁନିଅନ୍‌ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ସଭାପତି ପାନକ୍କଡ଼ ସୟେଦ ହାଇଦରାଲି ଶିହାବ ଥଙ୍ଗଲଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ବହୁ ରୋଗରେ ପୀଡ଼ିତ ଥିବା ପାନକ୍କଡ଼ କ୍ୟାନ୍‌ସର ସହ ଲଢ଼େଇ କରୁଥିଲେ। ରବିବାର ମଧ୍ୟାହ୍ନରେ କୋଚିସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି। ଆଇୟୁଏମ୍‌ଏଲ୍‌ର ସଭାପତି ପଦ ଗ୍ରହଣ କରିବା ପୂର୍ବରୁ ସେ ମାଲାପୁରମ ଜିଲା ମୁସଲମାନ ଲିଗ୍‌ର ସଭାପତି ଦାୟିତ୍ୱରେ ପ୍ରାୟ ୧୮ ବର୍ଷ କାର୍ଯ୍ୟ କରିଥିଲେ। ପାନକ୍କଡ଼ଙ୍କ ପାର୍ଥିବଶରୀର ତାଙ୍କ ପୈତୃକ ଗ୍ରାମ ମଲାପୁରମକୁ ନିଆଯିବା ସହ ସୋମବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ଆତ୍ମୀୟଙ୍କ ପକ୍ଷରୁ କୁହାଯାଇଛି।

Share