ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ବ୍ୟାପକ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ୍‌ ପ୍ରତି କଡ଼ା ନଜର

ବାଲିଗୁଡ଼ା,୧୨ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ବାଲିଗୁଡ଼ା ବ୍ଲକରେ ଆଗାମୀ ପଞ୍ଚାୟତ ନିର୍ବାଚନ ଚଳିତ ମାସ ୧୬ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବିଡିଓ ଡ.ଜଗଦୀଶ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋଲିଂ ପର୍ସନାଲିଟି ଓ ସେକ୍ଟର ଅଫିସରମାନେ ଉପସ୍ଥିତ ରହି ପଞ୍ଚାୟତ ନିର୍ବାଚନରେ କିପରି ପ୍ରସ୍ତୁତ ରହିବେ, ବାଲଟ ବକ୍ସ ଓ ବାଲଟ ପେପରକୁ ନେଇ ଭୋଟ୍‌ ଗ୍ରହଣ କିପରି ସୁରୁଖୁରୁରେ କରାଯିବ ସେନେଇ ବିଡିଓ ତାଲିମ ପ୍ରଦାନ କରିଥିଲେ। ବାଲିଗୁଡ଼ା ବ୍ଲକର ୧୪୩ଟି ବୁଥ୍‌ରେ ମତଦାନ ଗ୍ରହଣ କରାଯିବାକୁ ଥିବାବେଳେ ଏଥିମଧ୍ୟରୁ ଅତି ସମ୍ବେଦନଶୀଳ ବୁଥ୍‌ ୪୬ଟି ଥିବା ବେଳେ ସମ୍ବେଦନଶୀଳ ବୁଥ୍‌ ୭୬ଟି ଥିବା ଜଣାପଡ଼ିଛି।

Share