Advertisement

ପଞ୍ଚାୟତ ନିର୍ବାଚନ: ଗଞ୍ଜାମରେ ୧୫,୯୪୯ ନାମାଙ୍କନପତ୍ର ଦାଖଲ

ଛତ୍ରପୁର,୨୨।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଦଳୀୟ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ପର୍ବ ସମାପ୍ତ ହୋଇଛି। ବିଭିନ୍ନ ପଦ ପଦବୀ ନିମନ୍ତେ ମୋଟ ୧୫,୯୪୯ ଜଣ ନାମାଙ୍କନ ଦାଖଲ କରିଛନ୍ତି। ସେଥିମଧ୍ୟରେ ୧୧,୬୫୭ ଜଣ ୱାର୍ଡମେମ୍ବର, ୨,୧୯୬ ସରପଞ୍ଚ, ସମିତିସଭ୍ୟ ୧,୮୧୦ ଓ ୨୮୬ ଜଣ ଜିଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଜିଲାରେ ୭,୦୯୯ଟି ୱାର୍ଡ, ୫୦୩ ପଞ୍ଚାୟତ ଓ ୬୯ଟି ଜିଲା ପରିଷଦ ସଭ୍ୟ ପାଇଁ ମତଦାନ ହେବ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share