ଭୁବନେଶ୍ୱର,୧୨।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ତେବେ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଆସନ୍ତା ୧୫ରେ ସମସ୍ତ ଜଲାପାଳ, ଆରକ୍ଷୀ ଅଧୀକ୍ଷକ, ରାଜସ୍ବ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଆଲୋଚନା କରିବେ । ତେବେ ଏହି ସମୀକ୍ଷା ବୈଠକରେ ଭିସି ଯୋଗେ ସାମିଲ ହେବେ। ବୈଠକରେ ନିର୍ବାଚନ କମିଶନରଙ୍କ ସମେତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଉନ୍ନୟନ କମିଶନର, ଗୃହ ସଚିବ, ସ୍ବାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ସଚିବ ପ୍ରମୁଖ ଉପସ୍ଥିତ ରହିବେ ।