ପୋଖରୀରୁ ପଙ୍କ ଉଦ୍ଧାର ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ିବ ତାଲା, ବସ୍ତିବାସିନ୍ଦାଙ୍କ ଚେତାବନୀ

ଥୁଆମୂଳ ରାମପୁର,୭ା୧୧(ଦୁର୍ଗା କୀର୍ତ୍ତି): ସରକାରଙ୍କ ତରଫରୁ ସ୍ବଚ୍ଛ ଭାରତ ସୁସ୍ଥ ଜୀବନ ନାରାବାଜି ଦିଆଯାଉଥିବା ବେଳେ ଲକ୍ଷଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି, ତଥାପି ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଅଧିକାଂଶ ସ୍ଥାନରେ ଅଳିଆ ଆବର୍ଜନାରେ ଓ ପୁତିଗନ୍ଧମୟ ପାଣି ଭରପୁର ରହିଥିବା ସ୍ଥାନକୁ ଦେଖିଲେ ଜଣାପଡ଼େ ଯେ, ସ୍ବଚ୍ଛ ଭାରତ ଓ ସୁସ୍ଥ ଜୀବନ ନାରାବାଜି ଏକ ପ୍ରହସନ ପାଲଟିଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଦୂଷିତ ଜଳରେ ଗାଧୋଇବା ନିତିଦିନିଆ ହୋଇଥିବା ବେଳେ ସେହି ସ୍ଥାନର ଅବସ୍ଥା ଯାହା ଯିଏ ନିଜେ ନ ଦେଖିଛି ସେ ବିଶ୍ୱାସ କରିପାରିବେ ନାହିଁ।

ଏପରି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ମୁଖ୍ୟାଳୟସ୍ଥିତ ଦୁଇଟି ପୋଖରୀ। ଯାହାର ନାମ ହେଉଛି ପୁରୁଷୋତ୍ତମ ସାଗର ଓ ଆଡ଼ିବନ୍ଧ (ଆଡ଼କଟା) ଯାହାକି ରଜା ବସତି ସମୟର ଏହି ପୋଖରୀ ଭବାନୀପାଟଣା ଓ ଥୁଆମୁଳ ରାମପୁର ମୁଖ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉଭୟ ପାଶର୍‌ବରେ ରହିଛି। ଏହି ଦୁଇଟି ପୋଖରୀରେ ଥୁଆମୁଳ ରାମପୁର ବ୍ଲକସ୍ଥିତ ବସ୍ତି ବାସୀ ଓ ପଡ଼ାବାସୀ ଆବାହନ କାଳରୁ ନିର୍ଭର କରୁଛନ୍ତି। ନିତିଦିନିଆ ଗାଧୋଇବା ସେମାନଙ୍କ ପାଇଁ ସୁବିଧା ହେଉଛି ହେଲେ ବର୍ତ୍ତମାନ ପୋଖରୀ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ପୋଖରୀ ପାଣି ଗନ୍ଧ ଯୁକ୍ତ ହେଉଛି। ବର୍ଷାଦିନର ପାଣି ପଡ଼ାରୁ ଆସି ପୋଖରୀ ପ୍ରବେଶ କରିଥାଏ। ଏହାଦ୍ବାରା ପଙ୍କ ଓ ଅନାବନା ଘାସଲତାରେ ଭରପୂର ରହିଛି। ତଥାପି ପଡ଼ାବାସୀ ଗାଧୋଇବା ପାଇଁ ବାଧ୍ୟ ହେଉଛନ୍ତି ଦୀର୍ଘଦିନରୁ ପୋଖରୀ ଦ୍ବୟର ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେବା ସ୍ବତ୍ତ୍ୱେ ପୋଖରୀ ଦ୍ବୟରେ ଅବସ୍ଥାରେ ପରିବର୍ତ୍ତନ ହେଲା ନାହିଁ।

ଏନେଇ ବିଭିନ୍ନ ଗଣମାଧ୍ୟମରେ ଅନେକ ଥର ଖବର ପ୍ରସାର ମଧ୍ୟ ହୋଇଛି। ହେଲେ ବ୍ଲକ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡ଼ିଛି l ତେବେ ଏନେଇ ପଡ଼ାବାସୀ ବିଡିଓଙ୍କ ଦ୍ବାରସ୍ଥ ହୋଇ ପଙ୍କ ଉଦ୍ଧାର ପାଇଁ ଲିଖିତ ଅଭିଯୋଗ ଜଣାଇଥିବା ଜଣାପଡ଼ିଛି। ହେଲେ ଏହା ଉପରେ ବ୍ଲକ ପ୍ରଶାସନ କେତେ ତତ୍ପରତା ଦେଖାଇ ପୋଖରୀ ଦ୍ବୟର ପଙ୍କ ଉଦ୍ଧାର କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ରହିଲା।
ଏ ସମ୍ପର୍କରେ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରି ପଚାରି ବୁଝିବାରୁ ମୁଁ ଅଫିସିଆଲ କାମରେ ରାଜଧାନୀ ଆସିଛି। ଫେରିଲା ପରେ କ’ଣ ହୋଇଛି ତାହାର ତଦାରଖ କରି କିଛି ବ୍ୟବସ୍ଥା କରାଇବି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସ୍ଥାନୀୟ ସରପଞ୍ଚ ବିଜୟା ମାଝୀଙ୍କୁ ପଚାରିବାରୁ ବହୁତ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ସିଲେଇ ଦୋକାନ କରି ପୋଷୁଛନ୍ତି ପେଟ, ଆଇପିଏଲ୍‌ରେ ହଇଚଇ କରୁଛନ୍ତି ପୁଅ

ନୂଆଦିଲ୍ଲୀ,୭।୪: ଆଜିକାଲି ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ଜିଶାନ ଅନସାରୀଙ୍କୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ୨୫ ବର୍ଷୀୟ ଯୁବ ଲେଗ...

ରତ୍ନଭଣ୍ଡାର ଚାବି ହଜିବା ମାମଲା: ଦୁଇ ମାସ ମଧ୍ୟରେ ସାର୍ବଜନୀନ ହେବ  ତଦନ୍ତ କମିଶନଙ୍କ ରିପୋର୍ଟ

କଟକ,୭।୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଶୁଣାଣି  ସୋମବାର ହାଇକୋର୍ଟରେ ହୋଇଛି। ତେବେ  ଶୁଣାଣି ସମୟରେ ତଦନ୍ତ କମିଶନଙ୍କ ରିପୋର୍ଟ ଆଗାମୀ ଦୁଇ ମାସ...

ପୁଣି କ୍ୟାନସର୍‌ ସହ ଲଢୁଛନ୍ତି ଏହି ଅଭିନେତାଙ୍କ ସ୍ତ୍ରୀ: ପୋଷ୍ଟ ଶେୟାର କରି କହିଲେ…

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପ ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ...

ଗୋଟିଏ ଅଣ୍ଡାର ଦାମ୍‌ କରିଦେବ…

ଡାକ୍ତର କହନ୍ତି ‘ସଣ୍ଡେ ହୋ ୟା ମଣ୍ଡେ ରୋଜ୍‌ ଖାଓ ଅଣ୍ଡେ’। ତେଣୁ ଅନେକେ ନିଜର ପ୍ରତିଦିନର ଡାଏଟ୍‌ରେ ଅଣ୍ଡା ସାମିଲ କରିଥାନ୍ତି। ହେଲେଏମିତି ଏକ...

ମୁଖ୍ୟମନ୍ତ୍ରୀ ଆମକୁ ଲଲିପପ୍‌ ଧରେଇ ଦେଇଛନ୍ତି: ଗର୍ଜିଲେ ଶିକ୍ଷକ

କୋଲକାତା,୭।୨: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ମମତା ସରକାର ଫସିଯାଇଛନ୍ତି। ଏହି ଠକେଇ ଯୋଗୁ ଚାକିରି ହରାଇଥିବା ଶିକ୍ଷକମାନେ ସୋମବାର କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା...

ଶେନ ଓ୍ବର୍ଣ୍ଣଙ୍କୁ ଅତିକ୍ରମ କଲେ ସଞ୍ଜୁ ସାମ୍‌ସନ

ଜୟପୁର, ୬ା୪: ସଞ୍ଜୁ ସାମ୍‌ସନ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଫ୍ରାଞ୍ଚାଇଜ୍‌ର ସବୁଠୁ ସଫଳ ଅଧିନାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶନିବାର...

ଭାଜପା ବିଜେଡିକୁ ଟାର୍ଗେଟ କଲେ ସୋଫିଆ, ଖୋଲିଦେଲେ ରାଜ୍ୟ ବିକାଶ ନ ହେବାର ବଡ଼ କାରଣ 

ଭୁବନେଶ୍ୱର,୭।୪ : କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ଭାଜପା ବିଜେଡିକୁ ଟାର୍ଗେଟ   କରିଛନ୍ତି।  ସେ କହିଛନ୍ତି, ମହିଳାଙ୍କୁ ସବୁବେଳେ ଭୋଟ ବ୍ୟାଙ୍କ ହିସାବରେ ଦେଖାଯାଉଛି। ଭୋଟ...

ଅକାଳରେ ଚାଲିଗଲା ୨ ଜୀବନ: ପୋଲିସ ତଦନ୍ତ ଜାରି

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗିର ଦୀପକ ଭୋଳଙ୍କ ମୃତଦେହ ରବିବାର ଏକ କାଜୁ ବଗିଚାରୁ ମିଳିଥିଲା। ସେହିଭଳି ତାରସିଂ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image