ଭୁବନେଶ୍ୱର,୧୭।୭: ଆମ ଓଡ଼ିଶା ନବୀନ ଓଡ଼ିଶାରେ ମିଳିଥିବା ଅନୁଦାନର ହେବ ଖୋଳତାଡ଼। ଏନେଇ ବୁଧବାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇ କହିଛନ୍ତି, ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ ହେବ। କିଛି ଯୋଜନା ନ ଥିଲା, ଜେଇମାନଙ୍କ ନାଁରେ କାର୍ଯ୍ୟାଦେଶ ଆସୁଥିଲା। କାର୍ଯ୍ୟାଦେଶ କିଏ କରାଉଥିଲା ତାହାର ତଥ୍ୟ ପଞ୍ଚାୟତରାଜ ବିଭାଗ ପାଖରେ ରହିବା କଥା । କିନ୍ତୁ ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଏ ବାବଦରେ ଜାଣୁନଥିଲେ । ଭଗବାନଙ୍କ ଭରସାରେ ଏହି ଯୋଜନା ଚାଲୁଥିଲା । କିଏ କରୁଛି, କେତେ କାମ ହେଉଛି ତାହାର କୌଣସି ତଥ୍ୟ ନଥିଲା । ତେଣୁ ଯେଉଁ ଅନିୟମିତତା ହୋଇଛି ତାହାର ଖୋଳତାଡ କରିଯିବ ବୋଲି ମନ୍ତ୍ରୀ କହିଛନ୍ତି ।