ଭୋଟ ବର୍ଜନ କଲେ ପଞ୍ଚାୟତବାସୀ

ବାଲିଗୁଡା,୧୬।୨:(ଡି.ଏନ.ଏ.):କନ୍ଧମାଳ ଜିଲାର ବାଲିଗୁଡା ଓ କ. ନୂଆଗାଁ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପଟେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତର ୪ ନମ୍ବର ୱାର୍ଡବାସୀ ଭୋଟ ବର୍ଜନ କରିଛନ୍ତି। କ.ନୂଆଗାଁ ବ୍ଲକର ଦୁଇଗୋଟି ଆଡ଼ମହା ଓ ଜିରିଡିକିଆ ପଞ୍ଚାୟତ ନୂତନ ଭାବେ ଗଠନ ହୋଇଛି। ପୂର୍ବରୁ ଥିବା ପଞ୍ଚାୟତ ଅଲଗା ହୋଇ ନୂତନ ପଞ୍ଚାୟତ ଗଠନ ହେବାରୁ ଏହାକୁ ବିରୋଧ କରି ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ପ୍ରଶାସନ ନିୟମ ଅନୁଯାୟୀ ପ୍ରତି ୧୦ କିି.ମି. ଗୋଟିଏ ପଞ୍ଚାୟତ ଗଠନ ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ବ୍ଲକରେ ଗୋଟିଏ କିଲୋମିଟର ଦୂରତା ୨ଟି ପଞ୍ଚାୟତ ଗଠନ କରାଯାଇଛି। ବାରମ୍ବାର ଜିଲା ପ୍ରଶାସନ ନିର୍ବାଚନ କମିଶନରଙ୍କ ପାଖରେ ଦ୍ବାରସ୍ଥ ହେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ମଗଡିଙ୍ଗିଆ ଗ୍ରାମକୁ ଯଦି ପଞ୍ଚାୟତ ଘୋଷଣା କରାଯାଏ, ତେବେ ଏହାକୁ ଲାଗିଥିବା ବହୁ ଗ୍ରାମ ମୌଳିକ ସୁବିଧା ପାଇପାରିବେ। ବର୍ତ୍ତମାନ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଆଗକୁ ଯଦି ଏହାର ସମାଧାନ କରା ନ ଯାଏ ତେବେ ସାଧାରଣ ନିର୍ବାଚନ ମଧ୍ୟ ବର୍ଜନ କରିବୁ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

Share