ପଞ୍ଚାୟତ ସମିତି ବୈଠକ ବାତିଲ: ଅଧକ୍ଷ ନିବାଚନ ସ୍ଥଗିତ

କଟକ ସଦର,୬।୭(ଡି.ଏନ୍‌. ଏ.): କଟକ ସଦର ବ୍ଲକ ଅଧକ୍ଷ ନିର୍ବାଚନ ପାଇଁ ବୁଧବାର ସ୍ବତନ୍ତ୍ର ବୈଠକ ଡକାଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟ ୧୧ଟା ସୁଦ୍ଧା କେହି ସଭ୍ୟା, ସଭ୍ୟ ବୈଠକକୁ ନ ଆସିବାରୁ ନିର୍ବାଚନକୁ ବାତିଲ କରିଦିଆ ଯାଇଛି ବୋଲି ନିର୍ବାଚନ ଅଧିକାରୀ ସମ୍ବିତ ଗଡ଼ନାୟକ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଏପ୍ରିଲ ୨୧ ତାରିଖରେ ବ୍ଲକ ଅଧକ୍ଷ ବିଷ୍ଣୁପ୍ରିୟା ରାଉତଙ୍କର ଅକାଳ ବିୟୋଗ ଘଟିଥିଲା। ପରେ ଉକ୍ତ ପଦବୀଟି ଖାଲି ପଡିଥିଲା। ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ଜୁଲାଇ ୬ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ।