ଦୋଷ ଲଦାଲଦିରେ ଶେଷ ହେଲା ପଞ୍ଚାୟତ ସମିତି ବୈଠକ

ମୋରଡ଼ା,୨୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କନ୍‌ଫରେନ୍ସ ହଲ୍‌ରେ ବ୍ଲକ ଅଧ୍ୟକ୍ଷା ପାନମଣି ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ବୈଠକରେ ମୁଖ୍ୟଧ୍‌ ଅତିଥି ଭାବେ ବିଧାୟକ ରାଜକିଶୋର ଦାସଯୋଗ ଦେଇଥିବା ବେଳେ ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ, ଉପାଧ୍ୟକ୍ଷ ଜ୍ୟୋତିଲାଲ ବାରିକ, ସହକାରୀ ଯନ୍ତ୍ରୀ, ୧୬ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଆଇଟିଡିଏ, ମୃତ୍ତିକା ସଂରକ୍ଷଣ, ଲୋଧା ଉନ୍ନୟନ ସଂସ୍ଥା, ଶିଶୁ ବିକାଶ ଯୋଜନାର କର୍ମଚାରୀ ଉପସ୍ଥିତ ରହି ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଅନ୍ୟପକ୍ଷେ ଜନସାଧାରଣଙ୍କ ସମସ୍ୟା ଆଲୋଚନା କରିବା ବଦଳରେ ନିଜ ନିଜ ସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ। ଯାହାକୁ ନେଇ ବ୍ଲକ ଅବ୍ୟବସ୍ଥା ମଧରେ ଗତି କରୁଛି ବୋଲି ସାଧାରଣରେ ଆଲୋଚନା ହୋଇଛି l
ଅନ୍ୟପକ୍ଷେ ବସୁଧା ଯୋଜନାରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ନେଇ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଏବଂ ବିଦ୍ୟୁତ୍‌ ବିଭାଗର ଦୁଇ କନିଷ୍ଠ ଯନ୍ତ୍ରୀ l ଏହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Share