
ଆସିକା,୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା ସହର ଉପକଣ୍ଠ ଚିନିଶିଳ୍ପ ନୂଆଗାଁଠାରେ ଶୁକ୍ରବାର ପଞ୍ଚୁଦଣ୍ଡ ମିଳନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ମିଳନରେ ନୂଆଗାଁ, ଖାରିଆ, ଭେଟନଈ, ବାବନପୁର ଓ ଆସିକା ଦଣ୍ଡନାଚ ଦଳ ଅଂଶ ଗ୍ରହଣ କରିଥିଲେ।
ମାନସିକଧାରୀ ନୂଆଗାଁ ଗ୍ରାମର ସାମାଜିକ କର୍ମୀ ସୁବାସ ଚନ୍ଦ୍ର ପାତ୍ରଙ୍କ ବାସଭବନ ସମ୍ମୁଖରେ ଏବଂ ନୂଆଗାଁ ଗ୍ରାମର ବିଭିନ୍ନ ସାହିରେ ଦଣ୍ଡନାଚ ଦଳ ପୃଥକ ପୃଥକ ଭାବେ ଧୂଳିଦଣ୍ଡ କରିଥିଲେ। ଅପରାହ୍ନରେ ସମସ୍ତ ଦଣ୍ଡନାଚ ଦଳର ଦଣ୍ଡୁଆଙ୍କ ଗହଣରେ ପଞ୍ଚୁଦଣ୍ଡ ମିଳନ ହୋଇଥିଲା । ରାତିରେ ବିଭିନ୍ନ ଦଣ୍ଡନାଚ ଦଳ ସେମାନଙ୍କ ଦଣ୍ଡଚରିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।